ଉପରିସ୍ଥ ଅଧିକାରୀଙ୍କ ଜୁଲୁମ,ଚାଲିଗଲା ଗର୍ଭବତୀ କର୍ମଚାରୀଙ୍କ ଶିଶୁର ଜୀବନ

ଡେରାବିଶ : ଜଣେ ଗର୍ଭବତୀ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀଙ୍କ ନିର୍ଯ୍ୟାତନା ଅଭିଯୋଗ । ଜଣେ ଗର୍ଭବତୀ ସରକାରୀ କର୍ମଚାରୀଙ୍କ ଗର୍ଭବେଦନା ସମୟରେ ଉପରିସ୍ଥ ଅଧିକାରୀଙ୍କ ଅସହଯୋଗ ଏବଂ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ତାଙ୍କ ଗର୍ଭସ୍ଥ ଶିଶୁଟିର ମୃତ୍ୟୁ ଘଟିଛି । ଏନେଇ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରିଛନ୍ତି ପୀଡିତା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ୱିତ ବିଭାଗରେ । ଘଟନାନୁସାରେ,ପୀଡିତା ବର୍ଷା […]

Samaya Live Picture
Published On

ଡେରାବିଶ : ଜଣେ ଗର୍ଭବତୀ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀଙ୍କ ନିର୍ଯ୍ୟାତନା ଅଭିଯୋଗ । ଜଣେ ଗର୍ଭବତୀ ସରକାରୀ କର୍ମଚାରୀଙ୍କ ଗର୍ଭବେଦନା ସମୟରେ ଉପରିସ୍ଥ ଅଧିକାରୀଙ୍କ ଅସହଯୋଗ ଏବଂ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ତାଙ୍କ ଗର୍ଭସ୍ଥ ଶିଶୁଟିର ମୃତ୍ୟୁ ଘଟିଛି । ଏନେଇ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରିଛନ୍ତି ପୀଡିତା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ୱିତ ବିଭାଗରେ ।

ଘଟନାନୁସାରେ,ପୀଡିତା ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର କେନ୍ଦ୍ରାପଡା ଡେରାବିଶ ମହିଳା ଓ ଶିଶୁ ସମନ୍ବିତ ବିଭାଗରେ ବରିଷ୍ଠ କିରାଣୀ ଭାବରେ କାର୍ଯ୍ୟରତ । ସେ ୭ ମାସର ଗର୍ଭବତୀ ଥାଇ ମଧ୍ୟ ନିୟମିତ କାର୍ଯ୍ୟାଳୟକୁ ଯାଉଥିଲେ । ତେବେ ଗତ ଶୁକ୍ରବାର ଦିନ ତାଙ୍କର ଗର୍ଭ ବେଦନା ଆରମ୍ଭ ହୋଇଥିଲା । ଏହି ସମୟରେ ସେ ଡାକ୍ତରଖାନା ଯିବା ପାଇଁ ସିଡିପିଓ ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ । ମାତ୍ର ସିଡିପିଓ ତାଙ୍କୁ ଏଥିପାଇଁ ଅନୁମତି ଦେଇନଥିବା ବେଳେ ଓଲଟା ଦୁର୍ବ୍ୟବହାର କରିଥିଲେ । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଥିବା ଦେଖାଯାଇଛି । ଉପରିସ୍ଥ ଅଧିକାରୀଙ୍କ କଟୁ ଭାଷା ସହି ନପାରି ବର୍ଷା ପ୍ରିୟଦର୍ଶିନୀ ସେଠାରେ ଅସୁସ୍ଥ ହୋଇ ପଡ଼ିଥିଲେ । ଖବର ପାଇ ତାଙ୍କର ସମ୍ପର୍କୀୟମାନେ ସେଠାରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ । ତେବେ ସେଠାରେ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇ ଯାଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । ଦୀର୍ଘ ୪ ଦିନ ହେଲା ପୀଡ଼ିତା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।

ଏ ସମ୍ପର୍କରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣିରେ ସଂପୃକ୍ତ ପୀଡ଼ିତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ସହ ନ୍ୟାୟ ଭିକ୍ଷା କରାଯାଇଛି । ତେବେ ଏଭଳି ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି ସିଡିପିଓ ସ୍ନେହଲତା ସାହୁ ।

Tags: