ନକ୍ସଲଙ୍କ ଗୁଳିରେ ଆହତ ଡ଼ିଏସପିଙ୍କ ଅପରେସନ ସଫଳ
କଳାହାଣ୍ଡି : ଗତକାଲି କଳାହାଣ୍ଡି ଜିଲ୍ଲା ଏମ. ରାମପୁର ତାପରଙ୍ଗ ଜଙ୍ଗଲରେ ପୋଲିସ ନକ୍ସଲ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ନକ୍ସଲଙ୍କ ଗୁଳିରେ ଆହତ ହୋଇଥିଲେ ସିଆରପିଏଫ୍ ଡିଏସ୍ପି ଅତୁଲକୃଷ୍ଣ ଦାସ I ନକ୍ସଲଙ୍କ ଗୁଳିମାଡ଼ ସମୟରେ ଡ଼ିଏସପିଙ୍କ ଗୋଡ଼ରେ ୨ଟି ଗୁଳି ପଶି ଯାଇଥିଲା I ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ […]
କଳାହାଣ୍ଡି : ଗତକାଲି କଳାହାଣ୍ଡି ଜିଲ୍ଲା ଏମ. ରାମପୁର ତାପରଙ୍ଗ ଜଙ୍ଗଲରେ ପୋଲିସ ନକ୍ସଲ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ନକ୍ସଲଙ୍କ ଗୁଳିରେ ଆହତ ହୋଇଥିଲେ ସିଆରପିଏଫ୍ ଡିଏସ୍ପି ଅତୁଲକୃଷ୍ଣ ଦାସ I ନକ୍ସଲଙ୍କ ଗୁଳିମାଡ଼ ସମୟରେ ଡ଼ିଏସପିଙ୍କ ଗୋଡ଼ରେ ୨ଟି ଗୁଳି ପଶି ଯାଇଥିଲା I ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମ୍ସରେ ଡିଏସ୍ପିଙ୍କ ଗୋଡ଼ରେ ସଫଳ ଅସ୍ତ୍ରୋପଚାର କରାଯାଇ ଆଜି ୨ଟି ଗୁଳି ବାହାର କରାଯାଇଥିବା ଜଣାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ଡିଜିପି ସୁନୀଲ ବଂଶଲ ଏମ୍ସରେ ତାଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି। ଏବେ ବିପଦ ମୁକ୍ତ ଅଛନ୍ତି ଅତୁଲ୍ୟକୃଷ୍ଣ ଦାସ ।
ସୂଚନାନୁସାରେ,ଗତ କିଛି ଦିନ ପୂର୍ବେ ଛତିଶଗଡରେ ହୋଇଥିବା ମାଓ ଆକ୍ରମଣ ପରେ ପରେ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଥିଲା । ଗତକାଲି ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ସକାଳେ ମଦନପୁର ଓ ରାମପୁର ଥାନା ପୁଲିସ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ସର୍ଚ୍ଚ ଅପରେସନ ଚାଲିବା ପରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଥିଲେ ।




