ସ୍କୁଲ ସ୍ତରରୁ ଦିଆଯିବ ଅଲିମ୍ପିକ୍ସ ଶିକ୍ଷା
ଭୁବନେଶ୍ୱର: ତୃଣମୂଳସ୍ତରରେ କ୍ରୀଡ଼ାର ହେବ ବିକାଶ I ସ୍କୁଲ ପିଲାଙ୍କୁ ଦିଆଯିବ ଅଲିମ୍ପିକ୍ସ୍ ଶିକ୍ଷାଦାନ । ଏଥି ସକାଶେ ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଓ ରାଉରକେଲାର ୯୦ଟି ବିଦ୍ୟାଳୟର ୩୨ ହଜାର ଛାତ୍ରଛାତ୍ରୀଙ୍କୁ ଚୟନ କରି ଦିଆଯିବ ସ୍ୱତନ୍ତ୍ର ତାଲିମ I ଆଗାମୀ ଦିନରେ ରାଜ୍ୟର ୨୫୦ ବିଦ୍ୟାଳୟର ଦେଢ଼ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏପରି ଏକ ଅନନ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ […]
ଭୁବନେଶ୍ୱର: ତୃଣମୂଳସ୍ତରରେ କ୍ରୀଡ଼ାର ହେବ ବିକାଶ I ସ୍କୁଲ ପିଲାଙ୍କୁ ଦିଆଯିବ ଅଲିମ୍ପିକ୍ସ୍ ଶିକ୍ଷାଦାନ । ଏଥି ସକାଶେ ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଓ ରାଉରକେଲାର ୯୦ଟି ବିଦ୍ୟାଳୟର ୩୨ ହଜାର ଛାତ୍ରଛାତ୍ରୀଙ୍କୁ ଚୟନ କରି ଦିଆଯିବ ସ୍ୱତନ୍ତ୍ର ତାଲିମ I ଆଗାମୀ ଦିନରେ ରାଜ୍ୟର ୨୫୦ ବିଦ୍ୟାଳୟର ଦେଢ଼ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏପରି ଏକ ଅନନ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଅଲିମ୍ପିକ୍ ଫାଉଣ୍ଡେସନ୍ ଫର କଲ୍ଚର୍ ଆଣ୍ଡ ହେରିଟେଜ୍ (ଓଏଫ୍ସିଏଚ୍)ର ନିର୍ଦ୍ଦେଶକ ଆଞ୍ଜେଲିତା ଟେଓ। କ୍ରୀଡ଼ାର ପ୍ରଚାର ପ୍ରସାର ସହିତ ଅଲମ୍ପିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଲାଗି ଓଡ଼ିଶା ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି। ଓଭିଇପି କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଓଏଫ୍ସିଏଚ୍ର ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ଅବସରରେ ଭୁରିଭୁରି ପ୍ରଶଂସା କରିଛନ୍ତି। ଏହା ସହିତ ଏହି କାର୍ଯ୍ୟକ୍ରମର ସଫଳତା ଲାଗି ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଓଏଫ୍ସିଏଚ୍ର ପ୍ରତିନିଧିଙ୍କୁ ଅବଗତ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଅଲିମ୍ପିକ୍ସ ମୂଲ୍ୟ ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ପ୍ରଚଳନ କରିଥିବାରୁ ଆଇଓସିକୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ପିଲାମାନଙ୍କ ମଧ୍ୟରେ ବନ୍ଧୁତ୍ୱ, ଉତ୍କର୍ଷ ଏବଂ ସମ୍ମାନବୋଧ ସୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଓଭିଇପି କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ୨୦୨୨ ମେ’ ମାସରେ ମୁଖ୍ୟମନ୍ତ୍ରୀ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଭୁବନେଶ୍ୱର ଓ ରାଉରକେଲାର ୯୦ଟି ବିଦ୍ୟାଳୟର ୩୨,୦୦୦ ପିଲାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଆଗାମୀ ଦିନରେ ରାଜ୍ୟର ୨୫୦ଟି ବିଦ୍ୟାଳୟର ୧୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ଦିଗରେ ଓଡ଼ିଶା ସରକାର କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍ ଟ୍ରଷ୍ଟ ଆନୁକୂଲ୍ୟରେ ଓଭିଇପି କାର୍ଯ୍ୟକାରୀ କରାଯାଉଛି। ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସରକାର ଉଦ୍ୟମ କରୁଥିବାରୁ ଓଏଫ୍ସିଏଚ୍ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।




