ଭୋଟ ଦେବାକୁ ଆସି ବୃଦ୍ଧଙ୍କ ମୃତ୍ୟୁ

ବାଲେଶ୍ୱର : ଭୋଟ ବେଳେ ଅଘଟଣ I ଭୋଟ ଦେବାକୁ ଆସି ଧାଡିରେ ଠିଆ ହୋଇଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲା ନୀଳଗିରିର ଈଶ୍ୱରପୁର ୧୫୯ ନଂ ବୁଥରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ବୟସ ୭୭ ବର୍ଷ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ରାଜ୍ୟରେ ଚତୁର୍ଥ ଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଛି I ଆଜି ସକାଳେ ବାଲେଶ୍ୱର ଜିଲ୍ଲା […]

Samaya Live Picture
Published On

ବାଲେଶ୍ୱର : ଭୋଟ ବେଳେ ଅଘଟଣ I ଭୋଟ ଦେବାକୁ ଆସି ଧାଡିରେ ଠିଆ ହୋଇଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲା ନୀଳଗିରିର ଈଶ୍ୱରପୁର ୧୫୯ ନଂ ବୁଥରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ବୟସ ୭୭ ବର୍ଷ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଆଜି ରାଜ୍ୟରେ ଚତୁର୍ଥ ଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଛି I ଆଜି ସକାଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାନସଭା ଅଞ୍ଚଳରେ ଥିବା ଈଶ୍ୱରପୁର ୧୫୯ ନଂ ବୁଥକୁ ଭୋଟ ଦେବାକୁ ଆସିଥିବାବେଳେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁଁ ଅଚେତ୍ ହୋଇ ପଡ଼ିଯାଇଥିଲେ ବୃଦ୍ଧ ଜଣଙ୍କ । ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାନୁସାରେ,ଆଜି ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

Tags: