ଆସନ୍ତା କାଲିଠାରୁ ଆରମ୍ଭ ହେବ ଉତ୍କର୍ଷ ଓଡିଶା କନକ୍ଳେଭ,ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା ୨୦୧୫ କନକ୍ଳେଭ । କାଲି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମୈଦାନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଘାଟନ କରିବେ। ୨ ଦିନ ଧରି କାର୍ଯ୍ୟକ୍ରମ ଚାଲିବ । ଦୁଇ ଦିନ ଭିତରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗଦେବେ। ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ଗଙ୍ଗାର […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତାକାଲି ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା ୨୦୧୫ କନକ୍ଳେଭ । କାଲି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମୈଦାନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଘାଟନ କରିବେ। ୨ ଦିନ ଧରି କାର୍ଯ୍ୟକ୍ରମ ଚାଲିବ । ଦୁଇ ଦିନ ଭିତରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗଦେବେ।

ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ଗଙ୍ଗାର ସ୍ରୋତ ଭଳି ନିବେଶକମାନେ ଓଡିଶା ଆସିବେ । ଓଡିଶା ଆଗାମୀ ଦିନରେ ଗୋଟିଏ ଅଗ୍ରଣୀ ରାଜ୍ୟରେ ପରିଣତ ହେବ । ଶିଳ୍ପ କ୍ଷେତ୍ରରେ ଓଡିଶା ବହୁତ ଆଗକୁ ଯିବ । ସରକାରଙ୍କ ଲକ୍ଷ୍ୟ ରହିଛି ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଶିଳ୍ପର ଇକୋ ହବ କରିବା । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ୍‌, ଜର୍ମାନୀ, ସିଙ୍ଗାପୁର, ମାଲେସିଆ, କ୍ୟୁବା ଓ ହଲାଣ୍ଡ ଭଳି ୧୨ଟି ଦେଶର ନିବେଶକଙ୍କୁ ଏଥିପାଇଁ ଆମନ୍ତ୍ରିତ କରାଯାଇଛି। ଏଥିରେ ଯୋଗଦେବେ ଦେଶର ଶହେଟି FORTUNE-500 କମ୍ପାନୀ । ଉତ୍କର୍ଷ ଓଡ଼ିଶାରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷାର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର।

ଉତ୍କର୍ଷ ଓଡ଼ିଶା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ। ବିଭିନ୍ନ ରାଙ୍କର ୪୦୦ରୁ ଉର୍ଦ୍ଧ୍ୱ ଅଫିସର ମୁତୟନ ହେବେ। ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।

Tags: