ମା’ ମଝିଘରିଆଣୀଙ୍କ ହୁଣ୍ଡି ଗଣନା ଆରମ୍ଭ
ରାୟଗଡା : ୬ ମାସ ପରେ ଆଜି ଖୋଲାହେଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି । ଆଜି ସକାଳ ୧୦ ଟାରୁ ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟି ସହ ପୋଲିସ ଉପସ୍ଥିତିରେ କଡା ସୁରକ୍ଷା ବଳୟ ମଧ୍ୟରେ ୯ଟି ହୁଣ୍ଡି ଖୋଲାଯାଇଛି । ଏହି ଗଣତି ଶେଷ ପରେ ସମସ୍ତ ଅର୍ଥକୁ ବ୍ୟାଙ୍କରେ ଡିପୋଜିଟ୍ କରାଯିବ ବୋଲି ସୂଚନା ମିଳିଛି । ଦାନ ଅର୍ଥ ଗଣତି […]
ରାୟଗଡା : ୬ ମାସ ପରେ ଆଜି ଖୋଲାହେଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି । ଆଜି ସକାଳ ୧୦ ଟାରୁ ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟି ସହ ପୋଲିସ ଉପସ୍ଥିତିରେ କଡା ସୁରକ୍ଷା ବଳୟ ମଧ୍ୟରେ ୯ଟି ହୁଣ୍ଡି ଖୋଲାଯାଇଛି । ଏହି ଗଣତି ଶେଷ ପରେ ସମସ୍ତ ଅର୍ଥକୁ ବ୍ୟାଙ୍କରେ ଡିପୋଜିଟ୍ କରାଯିବ ବୋଲି ସୂଚନା ମିଳିଛି ।
ଦାନ ଅର୍ଥ ଗଣତି କାମରେ ଲାଗିଛନ୍ତି ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ,ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନର ପ୍ରାୟ ୨ଶହରୁ ଅଧିକ କର୍ମକର୍ତ୍ତା । ଏହି ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଛନ୍ତି ମହିଳା ସଂଘର ସଦସ୍ୟମାନେ ।
ଚଳିତ ଥର ୯୦ ଲକ୍ଷରୁ ୧ କୋଟି ଟଙ୍କା ମିଳିବ ବୋଲି ଆଶା ରଖିଛି ମନ୍ଦିର କମିଟି । ଗତ ୬ ମାସ ତଳେ ଅର୍ଥାତ ଜୁଲାଇ ୨୪ ତାରିଖରେ ହୁଣ୍ଡିରୁ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ୫୩ ଗ୍ରାମ ସୁନା, ରୁପା ୨ କେଜି ୩୯୨ ଗ୍ରାମ ଓ ୩୩ଟି ବିଦେଶୀ ମୁଦ୍ରା ମିଳିଥିଲା । ଆଜି ସକାଳ ସାଢେ ୧୦ଟାରୁ ଆରମ୍ଭ ହୋଇଛି ଗଣତି କାମ । ଗଣତି ପରେ ହୁଣ୍ଡିରୁ ମିଳିଥିବା ଦାନ ଅର୍ଥକୁ ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯିବ । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।




