ବିଧାନସଭା ଆଗରେ ଧାରଣାରେ ବସିଲେ ଓଡ଼ିଆ ପ୍ରଯୋଜିକା ସନୋଲିସା
ଭୂବନେଶ୍ୱର :ବିଧାନସଭା ଆଗରେ ଧାରଣାରେ ବସିଲେ ସନୋଲିସା I ଗୁରୁବାରଠାରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଓଡ଼ିଆ ସିନେମା‘ପ୍ରଥା’ର ପ୍ରଯୋଜିକା ସନୋଲିସା ପଟେଲ। ଜଷ୍ଟିସ୍ ଫର’ପ୍ରଥା’,ଜଷ୍ଟିସ୍ ଫର ଓଡ଼ିଆ ଫିଲ୍ମ ପୋଷ୍ଟର ଲଗାଇ ପ୍ରତିବାଦ କରୁଛନ୍ତି ସନଲିସା । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଦାବି ରଖିଛନ୍ତି ସନୋଲିସା । ସେହି ଦାବି ଗୁଡିକ ହେଉଛି ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା,ଅନ୍ୟ ରାଜ୍ୟଗୁଡ଼ିକ ପରି […]
ଭୂବନେଶ୍ୱର :ବିଧାନସଭା ଆଗରେ ଧାରଣାରେ ବସିଲେ ସନୋଲିସା I ଗୁରୁବାରଠାରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଓଡ଼ିଆ ସିନେମା‘ପ୍ରଥା’ର ପ୍ରଯୋଜିକା ସନୋଲିସା ପଟେଲ। ଜଷ୍ଟିସ୍ ଫର’ପ୍ରଥା’,ଜଷ୍ଟିସ୍ ଫର ଓଡ଼ିଆ ଫିଲ୍ମ ପୋଷ୍ଟର ଲଗାଇ ପ୍ରତିବାଦ କରୁଛନ୍ତି ସନଲିସା । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଦାବି ରଖିଛନ୍ତି ସନୋଲିସା । ସେହି ଦାବି ଗୁଡିକ ହେଉଛି ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା,ଅନ୍ୟ ରାଜ୍ୟଗୁଡ଼ିକ ପରି ମଲ୍ଟିପ୍ଲେକ୍ସ ଏବଂ ହଲ୍ରେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନେବା,ବିତରଣ,ପ୍ରଦର୍ଶନ,ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ବୟ ରକ୍ଷା ପାଇଁ ବ୍ୟବସ୍ଥା,ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯାଉ। ଏହା ସହ ସମସ୍ତଙ୍କର ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ। ଯେପରି କେହି ଅନ୍ଲାଇନ୍ ହେଉ କି ଅଫ୍ଲାଇନ୍ କୌଣସି ଖଳ କାର୍ଯ୍ୟ କରିବାକୁ ଭୟ କରିବେ ଏବଂ ସେଥିରୁ ନିବୃତ୍ତ ରହିବେ। ଇନଭେଷ୍ଟରମାନଙ୍କୁ ଓଡିଆ ଚଳଚ୍ଚିତ୍ର ନିର୍ମାଣପାଇଁ ସରକାରୀ ସହାୟତା ଦିଆଯାଉ। ସେ କହିଛନ୍ତି ଯେ ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀ ସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି। କିନ୍ତୁ ମତେ ନ୍ୟାୟ ମିଳିଲାନି। ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଛି| କାଲିଠାରୁ ପ୍ରଯୋଜକ,କଳାକାର, ଟେକନିସିଆନ,ନିର୍ଦ୍ଦେଶକମାନେ ଯୋଗ ଦେବେ ପ୍ରଯୋଜିକା ସନଲିସା ଜଣେଇଛନ୍ତି।




