ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୫ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ I ଏହି ପର୍ଯ୍ୟାୟରେ ମୋଟ ୬ ଟି ଲୋକସଭା ଆସନ ପୁରୀ ,ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର ସହିତ ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏହି ସବୁ ଆସନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। […]
ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୫ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ I ଏହି ପର୍ଯ୍ୟାୟରେ ମୋଟ ୬ ଟି ଲୋକସଭା ଆସନ ପୁରୀ ,ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର ସହିତ ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏହି ସବୁ ଆସନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ।
ତୃତୀୟ ପର୍ଯାୟରେ ମୋଟ ୯୪ ଲକ୍ଷ୪୧ ହଜାର ୭୯୬ ଜଣ ଭୋଟର ମତଦାନ କରିବେ I ଏମାନଙ୍କ ଭିତରେ ୪୮ଲକ୍ଷ ୨୬ ହଜାର ପୁରୁଷ ମତଦାତା ଥିବାବେଳେ ୪୬ ଲକ୍ଷ ୧୪ ହଜାର ମହିଳା ମତଦାତା ଅଛନ୍ତି I ସେହିଭଳି ୩୫ ହଜାର ୭୬୪ ଜଣ ନୂତନ ଭୋଟର ସାମିଲ ହୋଇଛନ୍ତି I ମତଦାନ ପାଇଁ ମୋଟ ୧୦ ହଜାର ୫୧୫ ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି I ଓଡ଼ିଶାରେ ମୋଟ ୪ର୍ଥ ପର୍ଯାୟରେ ମତଦାନ ହେବାକୁ ଥିବାବେଳେ ତୃତୀୟ ପର୍ଯାୟରେ ସବୁଠାରୁ ଅଧିକ ଆସନ ପାଇଁ ମତଦାନ କରାଯିବ I




