ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର : ମେ ମାସ ୨୦ ରେ ରାଜ୍ୟରେ ହେବ ୨ୟ ପର୍ଯ୍ୟାୟ ମତଦାନ I ଏଥି ନିମନ୍ତେ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି I ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଏହି ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ୩୫ ଟି ବିଧାନସଭା ଆସନ ପାଇଁ ମତଦାନ ହେବ I ତେବେ ମତଦାନ ହେବାକୁ ଥିବା ସଂସଦୀୟ ଆସନ ଗୁଡିକ ହେଲା- ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କନ୍ଧମାଳ ଏବଂ […]
ଭୁବନେଶ୍ୱର : ମେ ମାସ ୨୦ ରେ ରାଜ୍ୟରେ ହେବ ୨ୟ ପର୍ଯ୍ୟାୟ ମତଦାନ I ଏଥି ନିମନ୍ତେ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି I ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଏହି ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ୩୫ ଟି ବିଧାନସଭା ଆସନ ପାଇଁ ମତଦାନ ହେବ I ତେବେ ମତଦାନ ହେବାକୁ ଥିବା ସଂସଦୀୟ ଆସନ ଗୁଡିକ ହେଲା- ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କନ୍ଧମାଳ ଏବଂ ଆସିକା । ମେ’ ୩ରେ ନାମାଙ୍କନପତ୍ର ଦାଖଲ ହୋଇ ୪ ରେ ଶେଷ ହେବ। ବରଗଡ଼ର ପଦ୍ମପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ଭୋଟ ଗ୍ରହଣ ହେବ।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।




