ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ -ପାଣ୍ଡିଆନ
ଭୁବନେଶ୍ୱର : ଆଗାମୀ ୧୦ ବର୍ଷ ଯୁବପିଢିଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ । ମୁଖ୍ୟମନ୍ତ୍ରୀ ଆଣିଛନ୍ତି ୫ ଗ୍ୟାରେଣ୍ଟି ପ୍ଲାନ I ଆଗାମୀ ପ୍ଲାନ୍ ବାବଦରେ ବିଜେଡି ନେତା ଭିକେ ପାଣ୍ଡିଆନ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢିଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ୧ ଲକ୍ଷ କୋଟିର ଯୁବ ବଜେଟ ଅଣାଯିବ I […]
ଭୁବନେଶ୍ୱର : ଆଗାମୀ ୧୦ ବର୍ଷ ଯୁବପିଢିଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ । ମୁଖ୍ୟମନ୍ତ୍ରୀ ଆଣିଛନ୍ତି ୫ ଗ୍ୟାରେଣ୍ଟି ପ୍ଲାନ I ଆଗାମୀ ପ୍ଲାନ୍ ବାବଦରେ ବିଜେଡି ନେତା ଭିକେ ପାଣ୍ଡିଆନ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢିଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ୧ ଲକ୍ଷ କୋଟିର ଯୁବ ବଜେଟ ଅଣାଯିବ I ୧୦ ବର୍ଷରେ ଏହି ଅର୍ଥ ଯୁବବର୍ଗଙ୍କ ପାଇଁ ଖର୍ଚ୍ଚ ହେବ । ସେଥିରୁ ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଯୁବ ବର୍ଗଙ୍କ ପାଇଁ ଏବଂ ୧ ହଜାର କୋଟି ଟଙ୍କା ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ରାଜ୍ୟର ଯୁବକଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି।
ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା,ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଏଥିରେ ଯୋଜନା ରହିଛି। ଯୁବପୀଢ଼ିଙ୍କ ଜରିଆରେ ନୂଆ ଓଡିଶା ଗଠନ ପାଇଁ ବିଜେଡି ସରକାର ଲକ୍ଷ୍ୟ ରଖିଛନ୍ତି । ବହୁ ପୂର୍ବରୁ ଏହି ଯୋଜନା ଆରମ୍ଭ ହୋଇସାରିଛି ।
ସେହି କ୍ରମରେ ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ୮ ହଜାର ସ୍କୁଲ ରୂପାନ୍ତରଣ ହୋଇଛି। ୧ ହଜାର କଲେଜ ମଧ୍ୟ ରୂପାନ୍ତରଣ ହୋଇଛି। ଆଗକୁ ମଧ୍ୟ କଲେଜ ରୂପାନ୍ତରଣ ଜାରି ରହିବ I ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲରେ ଅଧିକ ସୁବିଧା ମିଳିବ।
ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପୀଢ଼ିଙ୍କ ସହିତ ରହିଛନ୍ତି। ଯୁବପୀଢ଼ି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ଭିକେ ପାଣ୍ଡିଆନ ଅପିଲ କରିଛନ୍ତି ।




