ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହେଲା ନବଜାତକ ,ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର : ରଖେ ହରି ତ ମାରେ କିଏ I ବୋରୱେଲରୁ ଉଦ୍ଧାର ହେଲା ନବଜାତକ I ଉଦ୍ଧାର ପରେ ଆଶ୍ଵସ୍ତି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଗ୍ନିଶମ,ଓଡ୍ରାଫ୍,ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ଜଣାଇଲେ । ଶିଶୁର ଦୀର୍ଘାୟୁ କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି’ପ୍ରତିଟି ଜୀବନ ମୂଲ୍ୟବାନ’। ସୂଚନାନୁସାରେ, ଗତକାଲି ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲରିପାଲି ଜଙ୍ଗଲରେ ଭିତରେ ଥିବା ଏକ ପରିତ୍ୟକ୍ତ ବୋରୱେଲ ଭିତରୁ ଏକ ଶିଶୁର କ୍ରନ୍ଦନ […]
ସମ୍ବଲପୁର : ରଖେ ହରି ତ ମାରେ କିଏ I ବୋରୱେଲରୁ ଉଦ୍ଧାର ହେଲା ନବଜାତକ I ଉଦ୍ଧାର ପରେ ଆଶ୍ଵସ୍ତି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଗ୍ନିଶମ,ଓଡ୍ରାଫ୍,ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ଜଣାଇଲେ । ଶିଶୁର ଦୀର୍ଘାୟୁ କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି’ପ୍ରତିଟି ଜୀବନ ମୂଲ୍ୟବାନ’।
ସୂଚନାନୁସାରେ, ଗତକାଲି ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲରିପାଲି ଜଙ୍ଗଲରେ ଭିତରେ ଥିବା ଏକ ପରିତ୍ୟକ୍ତ ବୋରୱେଲ ଭିତରୁ ଏକ ଶିଶୁର କ୍ରନ୍ଦନ ଶୁଣାଯାଇଥିଲା I ଏହାପରେ ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ପାଇ ଅଗ୍ନିଶମ ବାହିନୀ, ପୁଲିସ ଏବଂ ଓଡ୍ରାଫ୍ ଟିମ୍ର କର୍ମଚାରୀଙ୍କ ପ୍ରାୟ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଳରେ ନବଜାତକୁ ପ୍ରାୟ ୨୫ ଫୁଟ୍ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି । ଲୁହା ପାଇପକୁ ଆରିରରେ କାଟି ଶିଶୁକୁ ଭିଡ଼ି ବାହାର କରିଥିଲେ ଉଦ୍ଧାରକାରି ଦଳ I ପରେ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି
ଅଗ୍ନିଶମ, ଓଡ୍ରାଫ, ଡାକ୍ତର,ପ୍ରଶାସନ ସମସ୍ତଙ୍କ ଉଦ୍ୟମରେ ଶିଶୁଟିର ଉଦ୍ଧାର କରାଯାଇଛି । ରେସକ୍ୟୁ ଅପରେସନ୍ ବେଳେ ଶୀତ ଲାଗୁଥିବାରୁ ବୋରୱେଲ ଭିତରକୁ ପ୍ରଥମେ ଶହେ ୱାଟର ବଲ୍ବ ପଠାଯାଇଥିଲା । ସାମାନ୍ୟ ଉଷୁମ ଲାଗିଲା ପରେ ବୋରୱେଲ ଭିତରେ ଛୁଆ କାନ୍ଦ ଶୁଭିଥିଲା । ଏହାପରେ ଉଦ୍ଧାର ପାଇଁ ଶହେ ଗୁଣ ଉତ୍ସାହରେ ଲାଗି ପଡ଼ିଥିଲେ ଉଦ୍ଧାରକାରୀ ଟିମ୍। ବୋରୱେଲ ପାଇପ କଟାଯାଇ ଛୁଆକୁ ଉଦ୍ଧାର କରାଯାଇଥିଲା ।
ଉଭୟ ଅଗ୍ନିଶମ ଓ ଓଡ୍ରାଫ୍ ଟିମର ମିଳିତ ଉଦ୍ୟମ ପରେ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏପରି ଅଭାବନୀୟ ଘଟଣା ଘଟିଥିଲା ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଲାରିପାଲି ଗାଁରେ। କେହି ଛୁଆଟିକୁ ଜନ୍ମ କରିବା ପରେ ବୋରୱେଲ ଭିତରେ ପକାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି ।
ଶିଶୁଟି ଜୀବନ୍ତ ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍ବସ୍ତ ହୋଇଛନ୍ତି। ଶିଶୁଟିର ନିରାପଦ ଉଦ୍ଧାର କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଶିଶୁଟିର ଦୀର୍ଘ ଜୀବନ କାମନା କରିଛନ୍ତି। ଭଗବାନ ଶିଶୁଟିକୁ ଆଶୀର୍ବାଦ କରନ୍ତୁ ବୋଲି କହିବା ସହ ଉଦ୍ଧାର କାମ କରୁଥିବା ODRAF,ଅଗ୍ନିଶମ, ଅନ୍ୟାନ୍ୟ ଉଦ୍ଧାରକାରୀ ଦଳର ସଦସ୍ୟ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।




