ହାଇକୋର୍ଟରେ ଶପଥ ନେଲେ ନୂଆ ମୁଖ୍ୟ ବିଚାରପତି
କଟକ : ଆଜି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ | ଦିନ ୧୦ଟାରେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମାନ୍ୟବର ରାଜ୍ୟପାଳ ରଘୁବର ଦାସ I ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ଡ଼ିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି | ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ପୂର୍ବରୁ […]
କଟକ : ଆଜି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ | ଦିନ ୧୦ଟାରେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମାନ୍ୟବର ରାଜ୍ୟପାଳ ରଘୁବର ଦାସ I ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ଡ଼ିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି | ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ପୂର୍ବରୁ ପାଟନା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ | ଗତ ୨ ତାରିଖରେ ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ଏହା ପୂର୍ବରୁ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ପାଟନା ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ I
ଜଷ୍ଟିସ ସିଂ ଜାନୁଆରୀ ୨୦, ୧୯୬୩ ରେ ଜନ୍ମ ଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ଅକ୍ଟୋବର ୩୦, ୧୯୯୦ ଜାନୁୟାରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ତାଙ୍କୁ ୧୯୯୮ ରେ କେନ୍ଦ୍ର ସରକାର ଅତିରିକ୍ତ ସ୍ଥାୟୀ ଆଇନଜୀବୀ ଭାବରେ ନିଯୁକ୍ତି କରିଥିଲେ ଏବଂ ୨୦୦୧ରେ ସେ ଏହି ପଦରେ ରହି କାର୍ଯ୍ୟ କରିଥିଲେ I ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ବର୍ଷ ଧରି କାର୍ଯ୍ୟ କରିଛନ୍ତି।




