ରାସ୍ତାରେ ୩ ମୃତ ଦେହ ପଡିଥିବା ଘଟଣାର ଖୋଲିଲା ରହସ୍ୟ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବିଲେଇମୁଣ୍ଡା ଥାନା ଅନ୍ତର୍ଗତ ଛତାବର ରାସ୍ତା ନିକଟରେ ୩ ମୃତଦେହ ଠାବ ଘଟଣାରେ ରହସ୍ୟ ଖୋଲିଛି I ଚୋରକୁ ଘଉଡାଇବା ବେଳେ ଟ୍ରଲର ମାଡି ଯାଇ ଏହି ଦୁର୍ଘଟଣା ଘଟିଥିବା ଜଣ ପଡିଛି I ମୃତକ ମାନେ ହେଲେ ଏକ ଠିକା ସଂସ୍ଥାର ୨ କର୍ମଚାରୀ- ମାନସ କୁମାର ରଥ ଓ ପ୍ରିନ୍ସ ନାୟ଼କ ଏବଂ ଚୋର ବୁଢ଼ା ଚିଟିକି I ଘଟଣା ଅନୁସାରେ ଗତ ଏପ୍ରିଲ ୨୯ ତାରିଖ ଦିନ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବିଲେଇମୁଣ୍ଡା ଥାନା ଅନ୍ତର୍ଗତ ଛତାବର ରାସ୍ତା ନିକଟରେ ୩ ମୃତଦେହ ଠାବ ଘଟଣାରେ ରହସ୍ୟ ଖୋଲିଛି I ଚୋରକୁ ଘଉଡାଇବା ବେଳେ ଟ୍ରଲର ମାଡି ଯାଇ ଏହି ଦୁର୍ଘଟଣା ଘଟିଥିବା ଜଣ ପଡିଛି I ମୃତକ ମାନେ ହେଲେ ଏକ ଠିକା ସଂସ୍ଥାର ୨ କର୍ମଚାରୀ- ମାନସ କୁମାର ରଥ ଓ ପ୍ରିନ୍ସ ନାୟ଼କ ଏବଂ ଚୋର ବୁଢ଼ା ଚିଟିକି I
ଘଟଣା ଅନୁସାରେ ଗତ ଏପ୍ରିଲ ୨୯ ତାରିଖ ଦିନ ରାତିରେ ବରଯାତ୍ରୀ ନେଇ ଯାଉଥିବା ଏକ ବୋଲେରୋ ଦୁର୍ଘଟଣା ହୋଇ ରାସ୍ତା କଡରେ ପଡି ରହିଥିଲା I ଯାହାର ଏବେ ପୋଲିସ ତଦନ୍ତ ଜାରି ରହିଛି I ତେବେ ଗତକାଲି ରାତିରେ ଲୁଟେରାମାନେ ଆସି ଉକ୍ତ ବୋଲେରରୁ ଚକ କାଢି ନେବାକୁ ଚେଷ୍ଟା କରିଥିଲେ I ଏହା ଦେଖି ସେଠାରେ ରାସ୍ତା କାମ କରୁଥିବା ଆର. କେ .ଡ଼ି ଠିକା ସଂସ୍ଥା କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ଯୁକ୍ତ ତର୍କ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଚୋରମାନେ ଦୌଡ଼ି ସେଠାରୁ ପଳାଇ ଯାଉଥିଲେ। ମାନସ ଓ ପ୍ରିନ୍ସି ସେମାନଙ୍କୁ ଗୋଡ଼ାଉଥିବା ବେଳେ ବସୁନ୍ଧରା ପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସାମ୍ନା ପଟରୁ ଆସି ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଚୋର ବୁଢ଼ା ଚିଟିକି ସହିତ ମାନସ ଓ ପ୍ରିନ୍ସଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଲୁଟେରା ଦୌଡ଼ି ପଳାଇଥିଲେ। ପୁଲିସ ମୃତଦେହଗୁଡ଼ିକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି।




