ମୋ ବୁଥ ଆପ ଉନ୍ମୋଚିତ

ଭୁବନେଶ୍ୱର : ମୋ ବୁଥ ଆପ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ I ସହରାଞ୍ଚଳ ଭୋଟର ମାନଙ୍କୁ ସଚେତନ କରିବା ପାଇଁ ମୋ ବୁଥ ଆପ ଉନ୍ମୋଚିତ ହୋଇଛି I ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ଆପ I ଖୋର୍ଦ୍ଧା ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଏହି ଆପ କାର୍ଯ୍ୟକାରୀ କରିବ I ଭୁବନେଶ୍ୱରର ବୁଥ ଲୋକେସନ ପାଇବାକୁ ସମସ୍ୟା ଭୋଗୁଥିଲେ,ଏହି ଆପ ଦ୍ୱାରା ଲୋକେସନ ପାଇପାରିବେ ମତଦାତା […]

Samaya Live Picture
Published On

ଭୁବନେଶ୍ୱର : ମୋ ବୁଥ ଆପ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ I ସହରାଞ୍ଚଳ ଭୋଟର ମାନଙ୍କୁ ସଚେତନ କରିବା ପାଇଁ ମୋ ବୁଥ ଆପ ଉନ୍ମୋଚିତ ହୋଇଛି I ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ଆପ I ଖୋର୍ଦ୍ଧା ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଏହି ଆପ କାର୍ଯ୍ୟକାରୀ କରିବ I ଭୁବନେଶ୍ୱରର ବୁଥ ଲୋକେସନ ପାଇବାକୁ ସମସ୍ୟା ଭୋଗୁଥିଲେ,ଏହି ଆପ ଦ୍ୱାରା ଲୋକେସନ ପାଇପାରିବେ ମତଦାତା I

ଆପ ଓ ୱେବସାଇଟ ମାଧ୍ୟମରେ ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଜାଣିହେବ I ପ୍ରଥମ ପର୍ଯ୍ୟାୟରେ ୪ ଟି ଲୋକସଭା ମଣ୍ଡଳୀର ସମୁଦାୟ ୭୫.୬୮% ମତଦାନ ହୋଇଛି I ତେବେ ସବୁଠାରୁ ଅଧିକ ମତଦାନ ନବରଙ୍ଗପୁରରେ ହୋଇଥିବାବେଳେ ସବୁଠାରୁ କମ ମତଦାନ ବ୍ରହ୍ମପୁରରେ ହୋଇଥିଲା I ତେବେ ଚଳିତ ବର୍ଷା ସ୍ୱାଭିମାନ ଅଞ୍ଚଳରେ ଥିବା ୨୩ ଟି ବୁଥରେ ୮% ଅଧିକ ମତଦାନ ହୋଇଛି I

ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଭୂମିକା:

ବୁଥ୍‌ସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ କେତେଜଣ ଭୋଟର ଉପସ୍ଥିତ ଅଛନ୍ତି ଏହା ସଂପର୍କରେ ତଥ୍ୟ ଦେବେ, ଯାହା ଉଭୟ ଭୋଟର ଏବଂ ଅଧିକାରୀମାନଙ୍କ ନିମନ୍ତେ ଉପଲବ୍ଧ ରହିବ ।

ସେକ୍ଟର ଅଧିକାରୀଙ୍କ ଭୂମିକା

ଏହି ଆପ୍‌ ମାଧ୍ୟମରେ ସେକ୍ଟର ଅଧିକାରୀମାନେ ନିମ୍ନ ସୂଚନା ଉପଲବ୍ଧ କରାଇବେ, ଯାହା ଦ୍ୱାରା ସଂପୃକ୍ତ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବାରେ ସହାୟକ ହେବ ।
୧. ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର ସୂଚନା
୨. ମକ୍‌ ପୋଲ୍‌ ଏବଂ ମତଦାନର ସଦ୍ୟତନ ସ୍ଥିତି
୩. ମତଦାନ ପ୍ରକ୍ରିୟା ଶେଷ ଏବଂ ବୁଥ୍‌ରୁ ପୋଲିଂ ପାର୍ଟିର ପ୍ରସ୍ଥାନ ।

ଏତଦ୍‌ବ୍ୟତୀତ ସେକ୍ଟର ଅଧିକାରୀମାନେ ନିମ୍ନ ସୂଚନା ମଧ୍ୟ ଏହି ଆପ୍‌ରେ ଉପଲବ୍ଧ କରାଇପାରିବେ ।

୧. ଆଇନଶୃଙ୍ଖଳା
୨. ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି (ବିଧାନସଭା କ୍ଷେତ୍ର)
୩. ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି (ସଂସଦୀୟ କ୍ଷେତ୍ର)

ଏଥିସହ ଉଭୟ ଜିଲ୍ଲାସ୍ତରୀୟ ଏବଂ ସେକ୍ଟର ଅଧିକାରୀମାନଙ୍କ ନିମନ୍ତେ ଏକ ସେଣ୍ଟ୍ରାଲ୍‌ ଡ୍ୟାସ୍‌ବୋର୍ଡ ଉପଲବ୍ଧ ରହିବ, ଯାହା ଦ୍ୱାରା ବିଭିନ୍ନ ତଥ୍ୟ ଗ୍ରହଣ ସହ ସମୀକ୍ଷା କରାଯାଇପାରିବ ।

Tags: