କୁଏତରୁ ଭୁବନେଶ୍ୱର ଫେରିଲା ଦୁଇ ଓଡ଼ିଆଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର: ଆଜି କୁଏତରୁ ଭୁବନେଶ୍ୱରରେ ପହଁଚିଲା ୨ ଓଡ଼ିଆଙ୍କ ପାର୍ଥିବ ଶରୀର I ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଫେରିଲା ମୃତଦେହ । ମୃତକ ଦୁଇ ଜଣ ହେଲେ ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ଼ ଏବଂ କଟକର ଆଠଗଡ଼ ବ୍ଲକ ତିଗିରିଆ ମହମ୍ମଦ ଜହୁର । ୨ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ, ପ୍ରଭାତୀ ପରିଡ଼ା,ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୃତକଙ୍କ ଶେଷ ଦର୍ଶନ […]
ଭୁବନେଶ୍ୱର: ଆଜି କୁଏତରୁ ଭୁବନେଶ୍ୱରରେ ପହଁଚିଲା ୨ ଓଡ଼ିଆଙ୍କ ପାର୍ଥିବ ଶରୀର I ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଫେରିଲା ମୃତଦେହ । ମୃତକ ଦୁଇ ଜଣ ହେଲେ ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ଼ ଏବଂ କଟକର ଆଠଗଡ଼ ବ୍ଲକ ତିଗିରିଆ ମହମ୍ମଦ ଜହୁର । ୨ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ, ପ୍ରଭାତୀ ପରିଡ଼ା,ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୃତକଙ୍କ ଶେଷ ଦର୍ଶନ କରିଥିବା ଜଣାପଡ଼ିଛି । ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏନେଇ ଦୁଇ ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନାରୁ ପ୍ରକାଶ କୁଏତର ଦକ୍ଷିଣ ମଟ୍ଟାଫ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିମଧ୍ୟରୁ ୪୫ ଜଣ ଭାରତୀୟ ଥିଲେ ଯେଉଁଥିରୁ ୨ ଜଣ ଓଡ଼ିଆ ମଧ୍ୟ ଥିଲେ । ଏହା ପରେ ସମସ୍ତ ମୃତ ଦେହକୁ ବାୟୁସେନାର ସ୍ୱତନ୍ତ୍ର ଯୋଗେ କୋଚି ବିମାନବନ୍ଦର ଅଣାଯାଇଥିଲା ।




