ବିମାନ ବନ୍ଦରରେ ପହଁଚିଲା ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ଛତିଶଗଡ଼ରେ ମତଦାନ ବେଳେ ହୋଇଥିବା ମାଓବାଦୀଙ୍କ IED ବିସ୍ଫୋରଣରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ପ୍ରକାଶଚନ୍ଦ୍ର ଶିଅଳ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ଗୋପାଳପୁରର ଅଞ୍ଚଳରେ I ୨୦୦୪ ରେ ପ୍ରକାଶଚନ୍ଦ୍ର ଶିଅଳ ବିଏସ୍ଏଫ୍‌ରେ ଯୋଗ ଦେଇଥିଲେ I ବର୍ତ୍ତମାନ ଘରେ ତାଙ୍କର ପତ୍ନୀ, ଦୁଇ ଜାଅଁଳା ପୁଅଙ୍କ ସହିତ ବିଧବା ମା’ଏବଂ ୨ ଭାଇ ମଧ୍ୟ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ଛତିଶଗଡ଼ରେ ମତଦାନ ବେଳେ ହୋଇଥିବା ମାଓବାଦୀଙ୍କ IED ବିସ୍ଫୋରଣରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ପ୍ରକାଶଚନ୍ଦ୍ର ଶିଅଳ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ଗୋପାଳପୁରର ଅଞ୍ଚଳରେ I ୨୦୦୪ ରେ ପ୍ରକାଶଚନ୍ଦ୍ର ଶିଅଳ ବିଏସ୍ଏଫ୍‌ରେ ଯୋଗ ଦେଇଥିଲେ I ବର୍ତ୍ତମାନ ଘରେ ତାଙ୍କର ପତ୍ନୀ, ଦୁଇ ଜାଅଁଳା ପୁଅଙ୍କ ସହିତ ବିଧବା ମା’ଏବଂ ୨ ଭାଇ ମଧ୍ୟ ରହୁଛନ୍ତି Iପୁଅର ସହିଦ ଖବର ପାଇବା ପରେ ପରିବାର ଓ ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ।

ପ୍ରକାଶ ଗତ ସେପ୍ଟେମ୍ବର ୭ ତାରିଖରେ ଶେଷ ଥର ପାଇଁ ସେ ଘରକୁ ଆସିଥିଲେ । ଆଜି ଜନ୍ମମାଟି ଗୋପାଳପୁରରରେ ହେବ ଶେଷକୃତ୍ୟ । ୨୦୦୬ରୁ BSFରେ ଯୋଗଦେଇ ୧୭ ବର୍ଷ ଧରି ଦେଶ ସେବାରେ ନିୟୋଜିତ ଥିଲେ । ଦେଶ ମାତୃକାର ସେବା କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସହିଦ ପ୍ରକାଶଚନ୍ଦ୍ର ଶିଅଳ ।

ସୂଚନାନୁସାରେ, ଗତକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ ସମୟରେ ଯବାନ ମାନଙ୍କର ଡ୍ୟୁଟି ପଡିଥିଲା I ଏହି ସମୟରେ ପୋଲିଂ ପାର୍ଟିକୁ ସୁରକ୍ଷା ଦେବାକୁ ଯାଉଥିବା ବେଳେ ମାଲକାନଗିରି ସୀମାନ୍ତ କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣର ଶିକାର ହୋଇଥିଲେ ପ୍ରକାଶ। ଗୁରୁତର ଅବସ୍ଥାରେ ତାଙ୍କୁ ରାୟପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ତାଙ୍କ ବଡ଼ ଭାଇ ସୁବାସ ସିଅଳ I।

Tags: