ପୋଖରୀରେ ବୁଡି ନାବାଳକ ମୃତ

ଗଞ୍ଜାମ : ପୋଖରୀରେ ଗାଧୋଇବାବେଳେ ଅଘଟଣ I ଗାଧୋଇ ଯାଇଥିବାବେଳେ ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ I ବେଲଗୁଣ୍ଠା ଥାନା କୋକଲୁଣ୍ଡା ଗାଁ ରେ ଆଜି ସକାଳେ ଏହି ଅଘଟଣ ଘଟିଛି I ମୃତ ନାବାଳକ ହେଉଛନ୍ତି ଆୟୁଷ ମଲ୍ଲିକ I ବୟସ ୧୦ ବର୍ଷ I ସାଙ୍ଗ ମାନଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ଅସାବଧାନତା କାରଣରୁ ପୋଖରୀରେ ବୁଡିଯାଇଥିଲେ। ଆୟୁଷ ବୁଡ଼ିଯିବାପରେ ସାଙ୍ଗ ପିଲାଙ୍କ ଠାରୁ ଖବର ପାଇ ଗାଁ ର […]

Samaya Live Picture
Published On

ଗଞ୍ଜାମ : ପୋଖରୀରେ ଗାଧୋଇବାବେଳେ ଅଘଟଣ I ଗାଧୋଇ ଯାଇଥିବାବେଳେ ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ I ବେଲଗୁଣ୍ଠା ଥାନା କୋକଲୁଣ୍ଡା ଗାଁ ରେ ଆଜି ସକାଳେ ଏହି ଅଘଟଣ ଘଟିଛି I ମୃତ ନାବାଳକ ହେଉଛନ୍ତି ଆୟୁଷ ମଲ୍ଲିକ I ବୟସ ୧୦ ବର୍ଷ I ସାଙ୍ଗ ମାନଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ଅସାବଧାନତା କାରଣରୁ ପୋଖରୀରେ ବୁଡିଯାଇଥିଲେ।

ଆୟୁଷ ବୁଡ଼ିଯିବାପରେ ସାଙ୍ଗ ପିଲାଙ୍କ ଠାରୁ ଖବର ପାଇ ଗାଁ ର କିଛି ଯୁବକ ଆୟୁଷଙ୍କୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ମେଡିକାଲକୁ ନେଇଥିଲେ I ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲକୁ ପଠାଯାଇଥିଲା। ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆୟୁଷ ଘରର ଏକମାତ୍ର ପୁତ୍ର ଥିବାବେଳେ ଗତ ତିନିବର୍ଷ ପୂର୍ବେ ଆୟୁଷ ଙ୍କ ପିତା ଜିତେନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ଆୟୁଷଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I

Tags: