ଖସୁଛି ପାରଦ ,୧୫ ଡିଗ୍ରୀ ତଳେ ସାରା ରାଜ୍ୟ

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରକୋପ ଦେଖାଇଲାଣି ଶୀତ I ତଳମୁହାଁ ହେବାରେ ଲାଗିଛି ପାରଦ I ରାତିର ତାପମାତ୍ରା ଖସିବା ସହିତ ଉପକୂଳ ଅଞ୍ଚଳରେ ବି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି I ସେହିପରି ପାହାଡିଆ ଅଞ୍ଚଳରେ ରାତ୍ରିର ତାପମାତ୍ରା ଲଗାତାର ତଳମୁହାଁ ହେବାରେ ଲାଗିଛି I ସାରା ରାଜ୍ୟରେ ୧୫ ଡିଗ୍ରୀ ତଳେ ଶୀତ ରହିଥିବାବେଳେ ବିଳମ୍ବରେ ହେଉ ପଛେ ଶୀତ ସ୍ୱାଭାବିକ ସ୍ଥିତିକୁ ଫେରିଛି I ରାଜ୍ୟରେ କିଛି ସ୍ଥାନରେ ସକାଳେ ଘନ […]

Samaya Live Picture
Published On

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରକୋପ ଦେଖାଇଲାଣି ଶୀତ I ତଳମୁହାଁ ହେବାରେ ଲାଗିଛି ପାରଦ I ରାତିର ତାପମାତ୍ରା ଖସିବା ସହିତ ଉପକୂଳ ଅଞ୍ଚଳରେ ବି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି I ସେହିପରି ପାହାଡିଆ ଅଞ୍ଚଳରେ ରାତ୍ରିର ତାପମାତ୍ରା ଲଗାତାର ତଳମୁହାଁ ହେବାରେ ଲାଗିଛି I ସାରା ରାଜ୍ୟରେ ୧୫ ଡିଗ୍ରୀ ତଳେ ଶୀତ ରହିଥିବାବେଳେ ବିଳମ୍ବରେ ହେଉ ପଛେ ଶୀତ ସ୍ୱାଭାବିକ ସ୍ଥିତିକୁ ଫେରିଛି I ରାଜ୍ୟରେ କିଛି ସ୍ଥାନରେ ସକାଳେ ଘନ କୁହୁଡି ମଧ୍ୟ ହେଉଛି I

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୦ ଡିଗ୍ରୀ ତଳେ ୭ ସହରର ରାତ୍ରି ତାପାମାତ୍ରା ରହିଛି। । କନ୍ଧମାଳର ଜି.ଉଦୟଗିରିରେ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ୮.୫ ଡିଗ୍ରୀ, କିରେଇ ଓ ସେମିଳିଗୁଡା ୮.୭ ଡିଗ୍ରୀ, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ, କୋରାପୁଟ ୯.୬ ଡିଗ୍ରୀ, ରାଉରକେଲା ୯.୭ ଡିଗ୍ରୀ, କେନ୍ଦୁଝର ୧୦.୪ ଡିଗ୍ରୀ, ସୁନ୍ଦରଗଡ଼ ୧୦.୫ ଡିଗ୍ରୀ, ଅନୁଗୁଳ ୧୦.୬ ଡିଗ୍ରୀ, ଝାରସୁଗୁଡା ୧୦. ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କଟକରେ ୧୪.୫ ଡିଗ୍ରୀ ଓ ଭୁବନେଶ୍ବରର ତାପମାତ୍ରା ୧୫.୩ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର ଉପର ବାରହାକାମୁଡା ଅଞ୍ଚଳରେ ୩ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏହାଛଡା ଚହଲା ଅଞ୍ଚଳରେ ୫ଡିଗ୍ରୀ, ନଅଣା ଅଞ୍ଚଳରେ ୭ଡିଗ୍ରୀ ସେଲସିୟସ ତାପମାତ୍ରା ଆଜି ସକାଳ ୬ଟାରେ ରେକର୍ଡ କରାଯାଇଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସାରା ଦେଶରେ କମୁଛି ତାପମାତ୍ରା ବଢୁଛି ଶିତ । ଯଦି ଶୀତର ଲହରୀ ଏହି ଭଳି ଲାଗିରହେ ତେବେ ଶିମିଳିପାଳରେ ପାରଦ ଆହୁରି ଖସିପାରେ ଏବଂ ସ୍ଥାନେ ସ୍ଥାନେ ସ୍ନୋଫଲ୍ ହୋଇପାରେ ବୋଲି ପରିବେଶବିତ ମତ ପୋଷଣ କରିଛନ୍ତି ।

Tags: