ଜଳିପୋଡି ଛାରଖାର ହେଲା ଔଷଧ ଗୋଦାମ
ବୌଦ୍ଧ: ରାତି ଅଧରେ ଜଳିଗଲା ଔଷଧ ଗୋଦାମI ଲକ୍ଷାଧିକ ଟଙ୍କାର ମେଡ଼ିସିନ ସହିତ ଅନେକ ବୈଦ୍ୟୁତିକ ସରଞ୍ଜାମ ନିଆଁରେ ପୋଡି ଭସ୍ମ ହୋଇଯାଇଛି Iବହୁ ମୂଲ୍ୟବାନ ଇଞ୍ଜେକସନ,ମେଡିସିନ ଏସି, ଡିପ ଫ୍ରିଜର ପୋଡି ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ଘଟିଛି । ନିଆଁ ଲାଗିଥିବା ଦେଖି ସିକ୍ୟୁରିଟି ଗାର୍ଡ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଉପରିସ୍ଥ ଅଧିକାରୀ ସେଠାରେ ପହଞ୍ଚି ବୌଦ୍ଧ ଦମକଳ ବାହିନୀକୁ ଖବର ଦେବା ପରେ ସେମାନେ […]
ବୌଦ୍ଧ: ରାତି ଅଧରେ ଜଳିଗଲା ଔଷଧ ଗୋଦାମI ଲକ୍ଷାଧିକ ଟଙ୍କାର ମେଡ଼ିସିନ ସହିତ ଅନେକ ବୈଦ୍ୟୁତିକ ସରଞ୍ଜାମ ନିଆଁରେ ପୋଡି ଭସ୍ମ ହୋଇଯାଇଛି Iବହୁ ମୂଲ୍ୟବାନ ଇଞ୍ଜେକସନ,ମେଡିସିନ ଏସି, ଡିପ ଫ୍ରିଜର ପୋଡି ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ଘଟିଛି । ନିଆଁ ଲାଗିଥିବା ଦେଖି ସିକ୍ୟୁରିଟି ଗାର୍ଡ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଉପରିସ୍ଥ ଅଧିକାରୀ ସେଠାରେ ପହଞ୍ଚି ବୌଦ୍ଧ ଦମକଳ ବାହିନୀକୁ ଖବର ଦେବା ପରେ ସେମାନେ ଆସି ପ୍ରାୟ ୨ ଘଣ୍ଟା ପରେ ନିଆଁ କୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।




