ବାଟାଲିୟନ କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା ହେବ କୋହଳ – ହାଇକୋର୍ଟ

କଟକ : ଓଡ଼ିଶା ବାଟାଲିୟନ ପୋଲିସ କନ୍‌ଷ୍ଟେବଲ୍‌ ଆବେଦନ କାରୀଙ୍କୁ ଆଶ୍ବସ୍ତି । ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ ବାଟାଲିଅନ୍‌ରେ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ବୟସ ସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ମାମଲା ଦାୟର କରିଥିବା ସମସ୍ତ ଆବେଦନାକାରୀଙ୍କୁ ଅନଲାଇନ ଏବଂ ଅଫଲାଇନରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ତେବେ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶନ ଉପରେ କୋର୍ଟ ଅଙ୍କୁଶ ଜାରି କରିଛନ୍ତି। ରାଜ୍ୟରେ […]

Samaya Live Picture
Published On

କଟକ : ଓଡ଼ିଶା ବାଟାଲିୟନ ପୋଲିସ କନ୍‌ଷ୍ଟେବଲ୍‌ ଆବେଦନ କାରୀଙ୍କୁ ଆଶ୍ବସ୍ତି । ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ ବାଟାଲିଅନ୍‌ରେ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ବୟସ ସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟରେ ମାମଲା ଦାୟର କରିଥିବା ସମସ୍ତ ଆବେଦନାକାରୀଙ୍କୁ ଅନଲାଇନ ଏବଂ ଅଫଲାଇନରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ତେବେ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶନ ଉପରେ କୋର୍ଟ ଅଙ୍କୁଶ ଜାରି କରିଛନ୍ତି। ରାଜ୍ୟରେ ୧୩୨୦ କନଷ୍ଟେବଲ୍‌ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଦର୍ଶଯାଇଥିବା ସର୍ବାଧିକ ବୟସସୀମାକୁ ନେଇ ବିବାଦ ଉପୁଜିଥିଲା ।

ପ୍ରତିବର୍ଷ ଖାଲି ହେଉଥିବା ପଦବୀ ପୂରଣ ପାଇଁ ନିୟମ ରହିଥିଲା ମଧ୍ୟ ୨୦୧୮ ପରଠୁ ଆଉ ନିଯୁକ୍ତି କରାଯାଇ ନ ଥିବା ବେଳେ ୫ ବର୍ଷ ବ୍ୟବଧାନରେ ପରୀକ୍ଷା ହେଉଥିବାରୁ ବୟସ ସୀମାକୁ ନେଇ ବିବାଦ ଦେଖା ଦେଇଥିଲା। ଯେଉଁଥିପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନେକ କନଷ୍ଟେବଲ୍‌ ଆଶାୟୀ। କୋର୍ଟ ସେମାନଙ୍କ ଆବେଦନକୁ ଗ୍ରହଣ କରିବା ସହ ଆବେଦନ କରିବାକୁ ଅନୁମତି ଦେଇଛନ୍ତି।

Tags: