ଫେବୃଆରୀ ୨୦ ରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : ମାଟ୍ରିକ୍‌ ପରୀକ୍ଷାକୁ ନେଇ ବୋର୍ଡ ପକ୍ଷରୁ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯାଇଛି । ଏହା ଆସନ୍ତା ଵର୍ଷ ୨୦୨୪ ଫେବୃଆରୀ ୨୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହେବ I ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି। ଅନ୍ୟପଟେ ମାଟ୍ରିକ୍‌ ଖାତା ଦେଖା ତାରିଖ ମଧ୍ୟ ଘୋଷଣା କରିଛି ବୋର୍ଡ […]

Samaya Live Picture
Published On

ଭୁବନେଶ୍ୱର : ମାଟ୍ରିକ୍‌ ପରୀକ୍ଷାକୁ ନେଇ ବୋର୍ଡ ପକ୍ଷରୁ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯାଇଛି । ଏହା ଆସନ୍ତା ଵର୍ଷ ୨୦୨୪ ଫେବୃଆରୀ ୨୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହେବ I ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି।

ଅନ୍ୟପଟେ ମାଟ୍ରିକ୍‌ ଖାତା ଦେଖା ତାରିଖ ମଧ୍ୟ ଘୋଷଣା କରିଛି ବୋର୍ଡ । ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଅତିକମ୍‌ରେ ଖାତାଦେଖା ୧୨ ଦିନ ଚାଲିବ । ସେହିପରି ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲଅପ ଅକ୍ଟୋବର ମାସରୁ ଆରମ୍ଭ ହେବ I ପରୀକ୍ଷା ସଂପର୍କରେ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Tags: