ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା,ଗୋଟିଏ ହେବ ବୋର୍ଡ ପରୀକ୍ଷା
ଭୁବନେଶ୍ୱର : ମାଟ୍ରିକରେ ଆଉ ହେବନାହିଁ ୨ଟି ସମ୍ମେଟିଭ୍ ପରୀକ୍ଷା । କେବଳ ଦଶମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହେବ। କିନ୍ତୁ ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ। ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ବାର୍ଟରରେ ଜାରି ରହିବ। ସେହିପରି ନବମ ଶ୍ରେଣୀ ପାଇଁ ବାର୍ଷିକ ପରୀକ୍ଷାରେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି। ପ୍ରେସମିଟରେ ବୋର୍ଡ ସଭାପତି […]
ଭୁବନେଶ୍ୱର : ମାଟ୍ରିକରେ ଆଉ ହେବନାହିଁ ୨ଟି ସମ୍ମେଟିଭ୍ ପରୀକ୍ଷା । କେବଳ ଦଶମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହେବ। କିନ୍ତୁ ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ। ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ବାର୍ଟରରେ ଜାରି ରହିବ। ସେହିପରି ନବମ ଶ୍ରେଣୀ ପାଇଁ ବାର୍ଷିକ ପରୀକ୍ଷାରେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି। ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି I
ସୂଚନାଯୋଗ୍ୟ, କୋଭିଡ-୧୯ ସମୟରେ ୨୦୨୦ ମାଟ୍ରିକ୍ ପରୀକ୍ଷା ସଂପୂର୍ଣ୍ଣ କରାଯାଇ ପାରି ନଥିଲା। ସେହିଭଳି କରୋନା ସଂକ୍ରମଣ ଯୋଗୁଁ ୨୦୨୧ ମାଟ୍ରିକ ପରୀକ୍ଷା ମଧ୍ୟ ହୋଇପାରି ନଥିଲା। ତେଣୁ ବିକଳ୍ପ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ସଂକ୍ରମଣ ଓ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ମେଟିଭ ପରୀକ୍ଷା ଢାଞ୍ଚା ଆପଣାଇଥିଲା।
ସେହିପରି ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଯେଉଁମାନେ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଛନ୍ତି ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ Iଗତବର୍ଷ ଏହି ପରୀକ୍ଷା ବନ୍ଦ କରାଯାଇଥିବା ବେଳେ ଚଳିତବର୍ଷ ପୁଣଇଥରେ ଏହାକୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆସନ୍ତ ମେ’ ୨୬ ତାରିଖ ଆବେଦନ କରିପାରିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ତେବେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୧ ରହିଛି । ଜୁଲାଇ ୩ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲୁ ରହିବ । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।




