ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓବାଦୀ ମୃତ

ବାଲିଗୁଡା : ସୁରକ୍ଷାକର୍ମୀ ଓ ମାଓ ଗୁଳିବିନିମୟରେ ଜଣେ ମୃତ । କନ୍ଧମାଳରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିବ ସହିତ ୧୦ରୁ ଅଧିକ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ମୃତ ମାଓବାଦୀ ନିକଟରୁ ଏକ ଏକେ-୪୭ ଜବତ ହୋଇଛି। କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ବୁଦାନାଇ ଜଙ୍ଗଲରେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ସୂଚନା ଅନୁଯାୟୀ,ଶୁକ୍ରବାର ସକାଳେ ବାଲିଗୁଡା ଥାନା ମିଡିଆକିଆ,ବୋରିକିଆ ନିକଟ […]

Samaya Live Picture
Published On

ବାଲିଗୁଡା : ସୁରକ୍ଷାକର୍ମୀ ଓ ମାଓ ଗୁଳିବିନିମୟରେ ଜଣେ ମୃତ । କନ୍ଧମାଳରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିବ ସହିତ ୧୦ରୁ ଅଧିକ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ମୃତ ମାଓବାଦୀ ନିକଟରୁ ଏକ ଏକେ-୪୭ ଜବତ ହୋଇଛି। କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ବୁଦାନାଇ ଜଙ୍ଗଲରେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା ।

ସୂଚନା ଅନୁଯାୟୀ,ଶୁକ୍ରବାର ସକାଳେ ବାଲିଗୁଡା ଥାନା ମିଡିଆକିଆ,ବୋରିକିଆ ନିକଟ ଆଡାର ଜଙ୍ଗଲ ସ୍ଥିତ ସେସର ଗାଁରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏସ୍‌ଓଜି ବାହିନୀ କମ୍ବିଂ ଅପରେସନ କରୁଥିବାବେଳେ ମାଓବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇ ଥିଲେ । ସୁରକ୍ଷା କର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନାରେ କେବିଏନ୍‌ ମାଓ ସଂଗଠନର ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିର ସାମ୍ନା କରିନପାରି ୧୦ରୁ ଅଧିକ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି ।

Tags: