ଶ୍ରୀମନ୍ଦିର ପରିଚାଳନା ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଶେଷ
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ I ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀ,ଜିଲ୍ଲାପାଳ,ଶ୍ରୀମନ୍ଦିର ପରିଚାଲବା କମିଟି ସଦସ୍ୟଙ୍କ ସହ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଆଜିର ବୈଠକରେ ଅନେକ ଗୁରୁିତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ରତ୍ନଭଣ୍ଡାର ମରାମତି ପାଇଁ ଦୁଇଟି ଏସଓପି ସହ ଟେକ୍ନୋଲୋଜି ଉପରେ ଗୁରୁତ୍ବ ଦିଆଯାଇଛି […]
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ I ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀ,ଜିଲ୍ଲାପାଳ,ଶ୍ରୀମନ୍ଦିର ପରିଚାଲବା କମିଟି ସଦସ୍ୟଙ୍କ ସହ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ଆଜିର ବୈଠକରେ ଅନେକ ଗୁରୁିତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ରତ୍ନଭଣ୍ଡାର ମରାମତି ପାଇଁ ଦୁଇଟି ଏସଓପି ସହ ଟେକ୍ନୋଲୋଜି ଉପରେ ଗୁରୁତ୍ବ ଦିଆଯାଇଛି । ଟେକ୍ନୋଲୋଜି ଉପରେ ରାଜ୍ୟ ସରକାର ଅନୁମୋଦନ କରିବେ । ମରାମତି ପୂର୍ବରୁ ସିନ୍ଧୁକ ଓ ଆଲମିରା ଖାଲି କରାଯିବ । ଆଜି ପରିଚାଳନା କମିଟି ଜରୁରୀକାଳୀନ ବୈଠକରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି । ସେହିପରି ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଉପରେ ବି ଆଲୋଚନା ହୋଇଛି ।
ଅବଢା ଯୋଜନାରେ ୩୫ ଟି ଇ-ବସ୍ ଆସିଛି । ଏହାକୁ OSRTCକୁ ହସ୍ତାନ୍ତର କରାଯିବ । ପରେ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ । ଅର୍ପଣ ରଥରେ ଚାଉଳ ସଂଗ୍ରହ ପ୍ରସଙ୍ଗରେ ବି ମିଟିଂରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ବିଭିନ୍ନ ନିଯୋଗ ସହ ଆଲୋଚନା କରାଗଲା ପରେ ସରକାର ନିଷ୍ପତ୍ତି ନେବେ । ମିଟିଂରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି ।
ଶ୍ରୀମନ୍ଦିର ପ୍ରଶାସନରେ ପଦ ଖାଲିଥିବା ପ୍ରସଙ୍ଗରେ ବିଭିନ୍ନ ପଦପଦବୀ ନେଇ ସରକାରଙ୍କ ନିଯୁକ୍ତ ଅଧୀକୃତ ସଂସ୍ଥା ନିଯୁକ୍ତି କରିବେ । ମହାପ୍ରଭୁଙ୍କ ଖଣି ଖାଦାନକୁ ନେଇ ସରକାରଙ୍କୁ ଲେଖିବୁ, ମାଇନିଂ ଅଫିସର ପରିଚାଳନା କରିବେ । ସିଂହଦ୍ଵାର ଥାନାର ଉନ୍ନତିକରଣ ଓ ଅଧିକ ଜାଗା ଦିଆଯାଉ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଏନେଇ ସୂଚନା ଦେଇଛନ୍ତି ।




