ହାଜର ହେଲେ ମେଜର ଓ ବାନ୍ଧବୀ

ଭୁବନେଶ୍ୱର : ଭୁବନେଶ୍ୱର ଭରତପୁର ଥାନା ପୋଲିସ-ସେନା ମେଜର ବିବାଦ ମାମଲା । ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ମେଜର ଓ ବାନ୍ଧବୀ । ଏହା ସହ ନିଲମ୍ବିତ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଅଭିଯୁକ୍ତ ୪ ଥାନା ଅଧିକାରୀ ମଧ୍ୟ ଓକିଲଙ୍କ ଜରିଆରେ ହାଜର ହୋଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଗୁରୁବାର ସକାଳ ୧୦ଟା ୩୦ ସୁଦ୍ଧା ହାଜର ହେବା ପାଇଁ କମିଶନଙ୍କ ତରଫରୁ ନୋଟିସ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ଭରତପୁର ଥାନା ପୋଲିସ-ସେନା ମେଜର ବିବାଦ ମାମଲା । ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ମେଜର ଓ ବାନ୍ଧବୀ । ଏହା ସହ ନିଲମ୍ବିତ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଅଭିଯୁକ୍ତ ୪ ଥାନା ଅଧିକାରୀ ମଧ୍ୟ ଓକିଲଙ୍କ ଜରିଆରେ ହାଜର ହୋଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଗୁରୁବାର ସକାଳ ୧୦ଟା ୩୦ ସୁଦ୍ଧା ହାଜର ହେବା ପାଇଁ କମିଶନଙ୍କ ତରଫରୁ ନୋଟିସ ଜାରି ହୋଇଥିଲା ।

ରାସ୍ତାରେ ଆକ୍ରମଣ କରିଥିବା ଯୁବକ ମାନଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା । ସମସ୍ତଙ୍କୁ ବ୍ୟକ୍ତିଗତ ହାଜର ନଚେତ ଓକିଲ ଜରିଆରେ ହାଜର ହେବାକୁ ନୋଟିସରେ ଦର୍ଶା ଯାଇଥିଲା । ସବିଶେଷ ସୂଚନାନୁସାରେ,IIC ଦୀନକୃଷ୍ଣ ମିଶ୍ର ହାଜର ହୋଇନଥିବା ସୂଚନା ମିଳିଛି ।

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ୟାତନା ଘଟଣାରେ ସତ୍ୟପାଠ ଦାଖଲ ସମୟ ସରିବା ପରେ ଆଜି ପ୍ରଥମ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ କମିଶନ । ଏହି ମାମଲାରେ କମିଶନଙ୍କ ନିକଟରେ ୫୦୦ ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା । ସତ୍ୟପାଠ ଗୁଡ଼ିକୁ ଯାଞ୍ଚ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କମିଶନ।

ଅନ୍ୟପଟେ ଏହି ମାମଲାର ଘଟଣାସ୍ଥଳ ପରିଦର୍ଶନ କରିବେ ତଦନ୍ତ କମିଶନ। ଆସନ୍ତା ୧୯ ତାରିଖ ଅପରାହ୍ନ ୩ଟାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଉଭୟ ଘଟଣାସ୍ଥଳ ଭରତପୁର ଥାନା ଏବଂ ଛାତ୍ରମାନଙ୍କ ସହିତ ହୋଇଥିବା ଗଣ୍ଡଗୋଳ ସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିବେ। ଏହା ପରେ ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି।

Tags: