ଖରାରେ କାମ କରିବେ ନାହିଁ ଶ୍ରମିକ

ଭୁବନେଶ୍ୱର : ଖରାରେ କାମ କରିବେନି ଶ୍ରମିକ । ଶ୍ରମ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବା ପାଇଁ ବାରଣ କରାଯାଇଛି । ଏପ୍ରିଲ ମାସରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଏହା କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏଥିପାଇଁ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଚିଠି କରାଯାଇଛି । ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଂଟର ସମୟ […]

Samaya Live Picture
Published On

ଭୁବନେଶ୍ୱର : ଖରାରେ କାମ କରିବେନି ଶ୍ରମିକ । ଶ୍ରମ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବା ପାଇଁ ବାରଣ କରାଯାଇଛି । ଏପ୍ରିଲ ମାସରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଏହା କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏଥିପାଇଁ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଚିଠି କରାଯାଇଛି । ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଂଟର ସମୟ ପରିବର୍ତ୍ତର୍ନ କରାଯାଇପାରିବ । ଏନେଇ ରାଜ୍ୟ ତଥା ରାଜ୍ୟରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ ଅନୁରୋଧ କରାଯାଇଛି ।

ଚଳିତ ଏପ୍ରିଲ ମାସରେ ଖରା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗ୍ରୀଷ୍ମ ଋତୁରେ ଅଂଶୁଘାତ ବଢିଥାଏ । ଏଣୁ ସଂପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନେ କାମ ନକରିବା ପାଇଁ କୁହାଯାଇଛି । ସେହିପରି ସାରା ରାଜ୍ୟରୁ ଅଂଶୁଘାତରେ ୮ ଜଣ ଅସୁସ୍ଥ ହୋଇ ପଡିଥିବାସୂଚନ ମିଳିଛି I ସେମାନଙ୍କ ମଧ୍ୟରୁ ଅନୁଗୁଳରୁ ୫ ଜଣ ହୋଇଥିବା ବେଳେ ,ମୟୁରଭଞ୍ଜ,ସୁନ୍ଦରଗଡ଼,ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି I ତେବେ ଏଯାଏଁ କାହାରି ଅଂଶୁଘାତ ଜନିତ ମୃତ୍ୟୁ ଘଟି ନଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ I ଅଂଶୁଘାତ ଜନିତ ମୃତ୍ୟୁ ପାଇଁ ସମସ୍ତ ହସ୍ପିଟାଲ ଗୁଡିକୁ ସତର୍କ ରହିବାକୁ କୁହାଯାଇଛି I
ସୂଚନା ଅନୁସାରେ,ଗତକାଲି ୪୩.୨ ଡିଗ୍ରୀ ସହ ରାଜ୍ୟରେ ସବୁଠାରୁ ଉତପ୍ତ ସହର ପାଲଟିଥିଲା ରାଜଧାନୀ ଭୁବନେଶ୍ୱର I ସେହିପରି ଆଜି ପୂର୍ବାହ୍ନ ସୁଦ୍ଧା କେନ୍ଦୁଝର ୩୮.୬ ଡିଗ୍ରୀରେ ସବୁଠାରୁ ଉତପ୍ତ ସହର ଥିଲା I ସେହିପରି ଝାରସୁଗୁଡାରେ ୩୭ .୪,ସମ୍ବଲପୁରରେ ୩୭ .୪, ଚାନ୍ଦବାଲିରେ ୩୭ .୨, ହୀରାକୁଦରେ ୩୬.୯ ରାଉରକେଲାରେ ୩୬.୬ , ଭୁବନେଶ୍ୱରରେ ୩୬.୭,ବାଲେଶ୍ୱରରେ ୩୬, ଗୋପାଳପୁରରେ ୩୨.୨, ପୁରୀରେ ୩୧.୮ ପାରାଦ୍ୱୀପରେ ୩୧.୨ ରେକର୍ଡ ହୋଇଛି ।

Tags: