ପଥର ତଳେ ଚାପି ହୋଇ ଶ୍ରମିକ ମୃତ

ବ୍ରହ୍ମପୁର: ଘଟିଲା ବଡ଼ ଅଘଟଣ l ପଥର ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ l ବ୍ରହ୍ମପୁର ସଦର ଥାନା କାଳୁଆ ଛକ ନିକଟରେ ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି । ସୂଚନାନୁସାରେ, ମହୁରୀକାଳୁଆ ଛକ ରାସ୍ତାରେ ଥିବା ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ସନ୍ଧ୍ୟାରେ ଶ୍ରମିକମାନେ କାମ କରୁଥିଲେ l ଏହି ସମୟରେ ହଠାତ୍‌ ଏକ ବଡ଼ ପଥର ଖଣ୍ଡ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା l ଫଳରେ ଦୁଇଜଣ ଶ୍ରମିକ ତଳେ […]

Samaya Live Picture
Published On

ବ୍ରହ୍ମପୁର: ଘଟିଲା ବଡ଼ ଅଘଟଣ l ପଥର ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ l ବ୍ରହ୍ମପୁର ସଦର ଥାନା କାଳୁଆ ଛକ ନିକଟରେ ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି ।
ସୂଚନାନୁସାରେ, ମହୁରୀକାଳୁଆ ଛକ ରାସ୍ତାରେ ଥିବା ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ସନ୍ଧ୍ୟାରେ ଶ୍ରମିକମାନେ କାମ କରୁଥିଲେ l ଏହି ସମୟରେ ହଠାତ୍‌ ଏକ ବଡ଼ ପଥର ଖଣ୍ଡ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା l ଫଳରେ ଦୁଇଜଣ ଶ୍ରମିକ ତଳେ ଚାପି ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଥିଲେ l ତେବେ ପଥର ତଳେ ଚାପି ହୋଇଯାଇଥିବା ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି l ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି l ମୃତକ ହେଲେ ଦିଗପହଣ୍ଡି ଥାନା ପିଲିକାଡିହା ଗାଁର ଗୋବିନ୍ଦ ମଲିକ ଓ ଜଗା ମଲିକ l ସେପଟେ ଆଉ ଦୁଇ ଜଣଙ୍କୁ ଆହତ ଅବସ୍ଥାରେ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି l ଆହତମାନେ ହେଲେ ନଳିହାଡ଼ ଗ୍ରାମର କୃଷ୍ଣ ବେହେରା ଓ ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ କଇଠଢ଼ିପ ଗ୍ରାମର ସୁଦର୍ଶନ ବଡ଼ରଇତ l ଘଟଣା ସମ୍ପର୍କରେ ଫ୍ୟାକ୍ଟ୍ରି ମାଲିକ ମୃତକଙ୍କ ପରିବାରବର୍ଗଙ୍କୁ ଖବର କରିଥିଲେ l ମୃତକଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର କରିଥିଲେ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି l

Tags: