ରାଜା ଘର ବଡ଼ ଗୁମର କଥା,ବୋହୂ ଆଣିଲେ ଘରୋଇ ହିଂସା ଅଭିଯୋଗ
ବଲାଙ୍ଗୀର : ବଲାଙ୍ଗୀର ପ୍ରତିଷ୍ଠିତ ରାଜ ପରିବାର ବିରୋଧରେ ବୋହୂ ଆଣିଲେ ଘରୋଇ ହିଂସା ଅଭିଯୋଗ I ବିବାଦରେ ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓ। ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ ସିଂହଦେଓ ତାଙ୍କୁ ତାଙ୍କ ସ୍ବାମୀ ମାରପିଟ୍ କରିଥିବା ଦର୍ଶାଇ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି। ଏହା ସହିତ ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ସହ ମାର୍ପିଟ୍ କରୁଥିବା ଅଦ୍ରିଜା ଅଭିଯୋଗ କରିଛନ୍ତି। ଅଦ୍ରିଜାଙ୍କ […]
ବଲାଙ୍ଗୀର : ବଲାଙ୍ଗୀର ପ୍ରତିଷ୍ଠିତ ରାଜ ପରିବାର ବିରୋଧରେ ବୋହୂ ଆଣିଲେ ଘରୋଇ ହିଂସା ଅଭିଯୋଗ I ବିବାଦରେ ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓ। ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ ସିଂହଦେଓ ତାଙ୍କୁ ତାଙ୍କ ସ୍ବାମୀ ମାରପିଟ୍ କରିଥିବା ଦର୍ଶାଇ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି। ଏହା ସହିତ ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ସହ ମାର୍ପିଟ୍ କରୁଥିବା ଅଦ୍ରିଜା ଅଭିଯୋଗ କରିଛନ୍ତି।
ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କ ବେଡ୍ରୁମ୍ରେ କ୍ୟାମେରା ଲଗାଯାଇଥିଲା। ତାଙ୍କୁ ଗାଳିଗୁଲଜ କରାଯିବା ସହ ଧମକଚମକ ଦିଆଯାଉଥିଲା। ମ୍ୟାନେଜରଙ୍କ ମାଧ୍ୟମରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା।
ଘଟଣା ସମ୍ପର୍କରେ ଡେରାଡୁନ ଥାନା ତଥା ସେଠାକାର ଆଇଜିଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି ଅଦ୍ରିଜା। ତାଙ୍କ ସ୍ୱାମୀ ଅର୍କେଶ, ଘରେ କାମ କରୁଥିବା ହରି ସିଂହ ଓ ଅନ୍ୟମାନେ ତାଙ୍କୁ ମାଡ଼ମାରି ବାହାର କରିଦେଇଥିବା ଅଦ୍ରିଜା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଖୁବ୍ ଶୀଘ୍ର ବଲାଙ୍ଗୀର ଆସିପାରନ୍ତି ଅଦ୍ରିଜା।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରକାଶଥାଉ କି, ଅଦ୍ରିଜା ତାଙ୍କ ସ୍ବାମୀ ଅର୍କେଶଙ୍କୁ ରାଜନୀତିରେ ସହଯୋଗ କରୁଥିଲେ। ବଲାଙ୍ଗୀର ଅଂଚଳର ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ ଚାଲିଥିବା ବେଳେ ଗତ ବର୍ଷ ସେପ୍ଟେମ୍ବରରେ ଆଦ୍ରିଜା ନିର୍ଯାତନା ଅଭିଯୋଗ ଆଣିଥିଲେ । ସ୍ୱାମୀ ତାଙ୍କ ପ୍ରତି ଅତ୍ୟାଚାର କରିଥିବାର ଅଭିଯୋଗ ଆଣିଥିଲେ ଆଦ୍ରିଜା ।
ଘଟଣା ସଂପର୍କରେ ଅର୍କେଶଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ,‘ଏସବୁ ମିଥ୍ୟା ଅଭିଯୋଗ। ଆଜିକାଲି ଦାମ୍ପତ୍ୟ ଜୀବନରେ ଏ ପ୍ରକାର ଅଭିଯୋଗ କରି ସାଧାରଣରେ ବଦନାମ କରିବା ପାଇଁ ଏକ ପ୍ରକାରର ଚାପ ସୃଷ୍ଟି କରୁଛନ୍ତି। ମାମଲା ଡେରାଡୁନ କୋର୍ଟରେ ଚାଲିଛି। ନ୍ୟାୟପାଳିକା ଉପରେ ମୋର ଭରସା ରହିଛି। ଖୁବ୍ ଶୀଘ୍ର ଆପଣମାନେ ସତ କଣ ଜାଣି ପାରିବେ।’ ସୂଚନାଯୋଗ୍ୟ ୨୦୧୭ ମସିହା ନଭେମ୍ବର ମାସରେ ଆଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ । ଅଦ୍ରିଜା ହେଉଛନ୍ତି ପୂୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ ।




