ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ,ସିଂହଦ୍ୱାର ହେବ ରୂପା ଛାଉଣୀ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜଦନ୍ତ ରତ୍ନ ପଲଙ୍କର ହେବ ମରାମତି I ଏହା ସହିତ ସିଂହଦ୍ଵାରକୁ ରୂପା ଛାଉଣୀ କରାଯିବ I ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ଦାତାମାନେ ରୂପା ଦାନ କରିବେ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାନୁସାରେ,ଦୈନିକ ଭଙ୍ଗା ପଲଙ୍କରେ ମହାପ୍ରଭୁ […]

Samaya Live Picture
Published On

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜଦନ୍ତ ରତ୍ନ ପଲଙ୍କର ହେବ ମରାମତି I ଏହା ସହିତ ସିଂହଦ୍ଵାରକୁ ରୂପା ଛାଉଣୀ କରାଯିବ I ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି। ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ଦାତାମାନେ ରୂପା ଦାନ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାନୁସାରେ,ଦୈନିକ ଭଙ୍ଗା ପଲଙ୍କରେ ମହାପ୍ରଭୁ ଶୋଉଛନ୍ତି। ଆଉ ଏହି ଭଙ୍ଗା ପଲଙ୍କରେ ସବୁ ନୀତିକାନ୍ତି ହେଉଛି।ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ଭାଙ୍ଗି ଦୋହଲିଲାଣି। ଲାଗିଥିବା ରୂପା ଛାଡିଗଲାଣି। ତେଣୁ ଏହାକୁ ମରାମତି କରାଯିବ। ସେହିପରି ଆଉ ଏକ ସେଟ୍ ରତ୍ନ ପଲଙ୍କ ନୂତନ ଭାବେ ତିଆରି କରାଯିବ। ସେହିପରି ସିଂହଦ୍ୱାର ରୂପା ଛାଉଣୀ ହେବ। ଏଥିପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ବହନ କରିବା ଲାଗି ଜଣେ ଦାତା ଆଗ୍ରହ ପ୍ରକାଶ କରିଛନ୍ତି।

ସେପଟେ ଯେଉଁ ଶେଯ ପଡ଼ିଛି, ତାହା ବି ପୁରୁଣା ହୋଇଗଲାଣି ବୋଲି ଅଭିଯୋଗ ଉଠିଥିଲା। ନିକଟ ଅତୀତରେ ଶ୍ରୀମନ୍ଦିରର ବିଭିନ୍ନ ଦ୍ବାର ରୂପା ଚାଦରରେ ଆଚ୍ଛାଦିତ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଏହି ଭଙ୍ଗା ଗଜଦନ୍ତ ପଲଙ୍କର ମରାମତି ସହ ନୂଆ ଶେଯ, ତକିଆ ଆଦି ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତମାନେ ଦାବି କରିଥିଲେ। ତେଣୁ ଆସନ୍ତା ରଥଯାତ୍ରା ସମୟରେ ଏହିସବୁ କାମ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଶ୍ରୀମନ୍ଦିରର ଅନ୍ୟ ତିନିଦ୍ୱାର ରୁପା ଛାଉଣୀ କରାଯିବା ଲାଗି ଆଲୋଚନା କରାଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସ୍‌ଆଇ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Tags: