ନଭେମ୍ୱରର ୯ରୁ ରାଜଧାନୀରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ
ଭୁବନେଶ୍ୱର : ନଭେମ୍ୱରରେ ୯ରୁ ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ I ଏହା ୨ ଦିନ ଧରି ଜନତା ମଇଦାନରେ ଚାଲିବ । ସମ୍ମିଳନୀରେ ଦେଶ ବିଦେଶରୁ ୱାଲ୍ଡ ଫୁଡ୍ ପ୍ରୋଗ୍ରାମ୍ର ସଦସ୍ୟ ମାନେ ଯୋଗ ଦେବେ I ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ବିଭାଗ,ମିଶନ ଶକ୍ତି ବିଭାଗ ଓ […]
ଭୁବନେଶ୍ୱର : ନଭେମ୍ୱରରେ ୯ରୁ ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ I ଏହା ୨ ଦିନ ଧରି ଜନତା ମଇଦାନରେ ଚାଲିବ । ସମ୍ମିଳନୀରେ ଦେଶ ବିଦେଶରୁ ୱାଲ୍ଡ ଫୁଡ୍ ପ୍ରୋଗ୍ରାମ୍ର ସଦସ୍ୟ ମାନେ ଯୋଗ ଦେବେ I ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ବିଭାଗ,ମିଶନ ଶକ୍ତି ବିଭାଗ ଓ ଗୃହ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ, ଏହି ଆନ୍ତର୍ଜାତିକ ସମ୍ମିଳନୀ ମାଣ୍ଡିଆ ଜାତୀୟ ଖାଦ୍ୟର ପୁନରୁଦ୍ଧାର ଓ ଚାଷକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ । ମାଣ୍ଡିଆ ବା ମିଲେଟ୍ ଜାତୀୟ ଖାଦ୍ୟଶସ୍ୟର ଘରୋଇ ବ୍ୟବହାର ବୃଦ୍ଧି,ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମିଲେଟ୍ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର, ଜମିର ବିହନ ପ୍ରଣାଳୀ ମାଧ୍ୟମରେ ବାଜରା ଜମିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ସମ୍ମିଳନୀରେ ଫିକି ସମେତ ବିଭିନ୍ନ ସହଯୋଗୀ ଅନୁଷ୍ଠାନରେ ଯୋଗ । ଓଡ଼ିଶା ମିଲେଟ୍ ମିଶନ ଓ ମିଲେଟ୍ ଶକ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଲେଟ୍ କୁଇଜ୍ ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା, ଏକ୍ସପୋଜର୍ ଭିଜିଟ୍, ଫୁଡ୍ ଫେଷ୍ଟିଭାଲ୍, ଗ୍ରାମୀଣ ଇତିହାସ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ଦିଆ ଯାଇଛି ।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମିଶନ ଶକ୍ତି ବିଭାଗ କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନ୍, କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଲା ପ୍ରମୁଖ ମତ ଦେଇଥିଲେ ।




