ଯାଞ୍ଚ ହେବ ମହାପ୍ରସାଦର ମାନ – ଆଇନମନ୍ତ୍ରୀ
ପୁରୀ : ପୁରୀ ଜଗନ୍ନାଥ ମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ। ମହାପ୍ରସାଦର ହେବ ପରୀକ୍ଷା। ରୋଷଶାଳାକୁ ସାମଗ୍ରୀ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ ହେବ । ଅବଢ଼ାର ସୁଦ୍ଧତା ବଜାୟ ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ନିଯୁକ୍ତି ନେଇ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ […]
ପୁରୀ : ପୁରୀ ଜଗନ୍ନାଥ ମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ। ମହାପ୍ରସାଦର ହେବ ପରୀକ୍ଷା। ରୋଷଶାଳାକୁ ସାମଗ୍ରୀ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ ହେବ । ଅବଢ଼ାର ସୁଦ୍ଧତା ବଜାୟ ରଖିବା ପାଇଁ ଫୁଡ଼ ଇନ୍ସପେକ୍ଟର ନିଯୁକ୍ତି ନେଇ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦେଶର ଅନ୍ୟ ମନ୍ଦିର ଭଳି ପୁରୀ ମନ୍ଦିରରେ ଅଭିଯୋଗ ନ ଆସୁ ସେଥିପାଇଁ ମାନ ପରୀକ୍ଷଣ ଜରୁରୀ। ଭକ୍ତ ମଧ୍ୟ ଆଶ୍ୱସ୍ତ ରହିବେ। ଅବଢ଼ାରେ ଅଶୁଦ୍ଧତା କେବେ ରହିବ ନାହିଁ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟକୁ କହିଛନ୍ତି।
ସୂଚନାନୁସାରେ,ତିରୁପତି ମନ୍ଦିର ଲଡୁରେ ପଶୁ ଚର୍ବି ମିଶାଯାଉଥିବା ଜଣା ପଡିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଭକ୍ତଙ୍କୁ ଲାଗିଛି ଶକ୍ତ ଆଘାତ । ତେବେ ଏଭଳି ପରିସ୍ଥିତିର ପୁନରାବୃତ୍ତିକୁ ରୋକିବାକୁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି ।




