ରାଜ୍ୟରେ ମୁଣ୍ଡ ଟେକୁଛି ସଂକ୍ରମଣ,ଜଣେ ମୃତ

ଭୁବନେଶ୍ୱର : ରାଜ୍ୟରେ ପୁଣି କଡ଼ ଲେଉଟାଇଲାଣି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୫୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ କରୋନାରେ ଆକ୍ରାନ୍ତ ହୋଇ କଟକ ଏସସିବି ମେଡିକାଲରେ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ତାଙ୍କ ବୟସ ୮୦ ବର୍ଷ ହୋଇଥିବାବେଳେ,ତାଙ୍କ ଘର ପୁରୀ ଜିଲ୍ଲାରେ Iବୃଦ୍ଧ ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବିକୁ ରେଫର […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ପୁଣି କଡ଼ ଲେଉଟାଇଲାଣି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୫୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେପଟେ କରୋନାରେ ଆକ୍ରାନ୍ତ ହୋଇ କଟକ ଏସସିବି ମେଡିକାଲରେ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ତାଙ୍କ ବୟସ ୮୦ ବର୍ଷ ହୋଇଥିବାବେଳେ,ତାଙ୍କ ଘର ପୁରୀ ଜିଲ୍ଲାରେ Iବୃଦ୍ଧ ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବିକୁ ରେଫର କରାଯାଇଥିଲା। ସେଠାରେ ତାଙ୍କୁ କୋଭିଡ ୱାର୍ଡ ରେ ରଖାଯାଇଥିଲା। ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି I

ଏପର୍ଯ୍ୟନ୍ତ ଏସସିବି ମେଡିକାଲକୁ ମୋଟ ୩ ଜଣ କୋଭିଡ ପଜିଟିଭ ରୋଗୀ ଆସିଥିବା ବେଳେ ଜଣେ ଡିସଚାର୍ଜ ହୋଇଛନ୍ତି। ଏବେବି ଜଣେ ଚିକିତ୍ସିତ ହେଉଛନ୍ତି। ତେବେ ବୃଦ୍ଧଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ବଢୁଥିବା କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

Tags: