ରାଜ୍ୟରେ ବଢି ଚାଲିଛି ସଂକ୍ରମଣ,ସ୍ଥିତି ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ବର୍ଷା ଋତୁ ଆରମ୍ଭ ନହେଉଣୁ ରାଜ୍ୟରେ ଦେଖାଦେଲାଣି ସ୍ୱାସ୍ଥ୍ୟସମସ୍ୟା । ପ୍ରଥମେ ଡିପଥେରିଆ, ଜଣ୍ଡିସ ପରେ ବର୍ତ୍ତମାନ ଅନୁଗୁଳରେ ଜାପାନିଜ ଏନସେଫାଲାଇଟିସ୍ ଭଳି ରୋଗ ଚିନ୍ତା ବଢାଇଛି । ରୋଗକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତାହା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ଏହାର ମୁକାବିଲା କିଭଳି ହେବ ସେଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସ୍ଥିତି ସମୀକ୍ଷା କରିବେ । ସଂକ୍ରମଣ ରୋଗ ଅନୁଗୁଳ, ରାୟଗଡା ଏବଂ ସମ୍ବଲପୁରରେ ବ୍ୟାପୀଥିବାରୁ […]

Samaya Live Picture
Published On

ଭୁବନେଶ୍ୱର : ବର୍ଷା ଋତୁ ଆରମ୍ଭ ନହେଉଣୁ ରାଜ୍ୟରେ ଦେଖାଦେଲାଣି ସ୍ୱାସ୍ଥ୍ୟସମସ୍ୟା । ପ୍ରଥମେ ଡିପଥେରିଆ, ଜଣ୍ଡିସ ପରେ ବର୍ତ୍ତମାନ ଅନୁଗୁଳରେ ଜାପାନିଜ ଏନସେଫାଲାଇଟିସ୍ ଭଳି ରୋଗ ଚିନ୍ତା ବଢାଇଛି । ରୋଗକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତାହା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ଏହାର ମୁକାବିଲା କିଭଳି ହେବ ସେଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସ୍ଥିତି ସମୀକ୍ଷା କରିବେ ।

ସଂକ୍ରମଣ ରୋଗ ଅନୁଗୁଳ, ରାୟଗଡା ଏବଂ ସମ୍ବଲପୁରରେ ବ୍ୟାପୀଥିବାରୁ ଏହି ୩ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବୈଠକ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ । ବୈଠକରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିବେ । ଡିପଥେରିଆରେ ଏବେ ସୁଦ୍ଧା ୬ ଜଣ ଶିଶୁଙ୍କ ପ୍ରାଣହାନୀ ହୋଇଛି । ଏଥିମଧ୍ୟରୁ ୫ ଜଣ ଛୋଟ ଛୁଆ ।

ସେହିପରି ସମ୍ବଲପୁରରେ ଶିଶୁଙ୍କୁ ଜଣ୍ଡିସ ଭୟ ଘାରିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଅଧିକ ରହିଛି । ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶାଳୟର ଦୁଇ ଜଣିଆ ଦଳ ସମ୍ବଲପୁରରେ ପହଞ୍ଚିଛନ୍ତି। ସେମାନେ ପ୍ରଭାବିତ କୁମ୍ଭାରପଡ଼ା ଓ ଶାଲିଆ ବଗିଚା, ପେନସନପଡା, ଧୋବପଡା ଆଦି ଅଞ୍ଚଳରେ ସରଜମିନ ଅନୁସନ୍ଧାନ କରିଛନ୍ତି। ୧୪ ବର୍ଷରୁ କମ ବୟସ୍କମାନେ ବେଶୀ ଆକ୍ରାନ୍ତ ଥିବାରୁ ରାସ୍ତକଡ ଖାଦ୍ୟ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। କାମଳ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଯାଞ୍ଚ ଦଳ କହିଛନ୍ତି।ସେପଟେ କ୍ୟାପିଟାଲ ହସ୍ପିଟାଲ ଆସି ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିବେ ବୋଲି ଜଣାପଡିଛି ।

Tags: