ବୃଦ୍ଧି ହେଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ,ଡ଼ିସେମ୍ବର ୧ ରୁ ଲାଗୁହେବ
ଭୁବନେଶ୍ବର: ମଧ୍ୟାହ୍ନ ଭୋଜନ ଦର ବୃଦ୍ଧିକଲେ ରାଜ୍ୟ ସରକାର । ପ୍ରଥମରୁ ୫ମ ଯାଏଁ ପିଲାଙ୍କ ପାଇଁ ୭ ଟଙ୍କା ୬୪ ପଇସା ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୫ ଟଙ୍କା ୯୦ ପଇସା ରହିଥିଲା । ସେହିପରି ଉଚ୍ଚ ପ୍ରାଥମିକ ପିଲା ଯଥା ୬ଷ୍ଠ ରୁ ୮ମ ପିଲାଙ୍କ ପାଇଁ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ପ୍ରଥମରୁ ଏହା ୮ ଟଙ୍କା ୮୨ ପଇସା ରହିଥିଲା । […]
ଭୁବନେଶ୍ବର: ମଧ୍ୟାହ୍ନ ଭୋଜନ ଦର ବୃଦ୍ଧିକଲେ ରାଜ୍ୟ ସରକାର । ପ୍ରଥମରୁ ୫ମ ଯାଏଁ ପିଲାଙ୍କ ପାଇଁ ୭ ଟଙ୍କା ୬୪ ପଇସା ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୫ ଟଙ୍କା ୯୦ ପଇସା ରହିଥିଲା । ସେହିପରି ଉଚ୍ଚ ପ୍ରାଥମିକ ପିଲା ଯଥା ୬ଷ୍ଠ ରୁ ୮ମ ପିଲାଙ୍କ ପାଇଁ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ପ୍ରଥମରୁ ଏହା ୮ ଟଙ୍କା ୮୨ ପଇସା ରହିଥିଲା । ବୃଦ୍ଧି ପାଇଥିବା ସାନି ଦର ଡିସେମ୍ବର ୧ ତାରିଖରୁ ଲାଗୁ ହେବ । ସୂଚନାନୁସାରେ, ପୂର୍ବରୁ ମଧ୍ୟାହ୍ନ ଭୋଜନ ଦର ୧ ଟଙ୍କା ବୃଦ୍ଧି କରିଥିଲେ ସରକାର । ତେବେ ପୁଣି ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।




