ବୋରୱେଲରୁ ନବଜାତକ ଉଦ୍ଧାର ହେବା ଘଟଣା,ନିଜ ଆଡୁ ମାମଲା ରୁଜୁ କଲା ପୋଲିସ
ସମ୍ବଲପୁର : ବୋରୱେଲ ଭିତରୁ ନବଜାତକ ଉଦ୍ଧାର ଘଟଣା I ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ। ରେଙ୍ଗାଲି ଥାନାରେ ଦଫା ୩୦୭ରେ ମାମଲା ରୁଜୁ ହୋଇଛି I ଗତକାଲି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ ନବଜାତକଟି ପଡିଥିବାର ଜଣାପଡିଥିଲା । କେହିଜଣେ ଶିଶୁଟିକୁ ମାରିବା ଉଦ୍ୟେଶରେ ଶିଶୁଟିକୁ ଫିଙ୍ଗିଥିଲା I ମାତ୍ର ସୌଭାଗ୍ୟବଶତଃ ଶିଶୁଟି ବଂଚି ଯାଇଥିଲା I ତେବେ ଶିଶୁଟିକୁ କିଏ ଫିଙ୍ଗିଲା […]
ସମ୍ବଲପୁର : ବୋରୱେଲ ଭିତରୁ ନବଜାତକ ଉଦ୍ଧାର ଘଟଣା I ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ। ରେଙ୍ଗାଲି ଥାନାରେ ଦଫା ୩୦୭ରେ ମାମଲା ରୁଜୁ ହୋଇଛି I ଗତକାଲି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ ନବଜାତକଟି ପଡିଥିବାର ଜଣାପଡିଥିଲା । କେହିଜଣେ ଶିଶୁଟିକୁ ମାରିବା ଉଦ୍ୟେଶରେ ଶିଶୁଟିକୁ ଫିଙ୍ଗିଥିଲା I ମାତ୍ର ସୌଭାଗ୍ୟବଶତଃ ଶିଶୁଟି ବଂଚି ଯାଇଥିଲା I ତେବେ ଶିଶୁଟିକୁ କିଏ ଫିଙ୍ଗିଲା ତାକୁ ନେଇ ଜୋରଦାର ତଦନ୍ତ ଚାଲିଛି। ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ଏକ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରିବ ବୋଲି ରେଙ୍ଗାଲି ପୋଲିସ କହିଛି ।
ସୂଚନାନୁସାରେ,ଗତକାଲି ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ୧୫ ଫୁଟ ଗଭୀର ଗାତରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା ଓଡ୍ରାଫ୍ ଟିମ୍। ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ତାକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଖୋଳତାଡ଼ ଆରମ୍ଭ କରିଛି ସମ୍ବଲପୁର ପୋଲିସ । ଶିଶୁ କନ୍ୟାଟିକୁ କେହି ମହିଳା ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଏବେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି ନବଜାତ ଶିଶୁକନ୍ୟା । ଝିଅର ଚିକିତ୍ସା ପାଇଁ ୫ ଜଣିଆ ଡାକ୍ତରୀ ଟିମ୍ ନିଯୋଜିତ ହୋଇଛନ୍ତି । ଏକ ସ୍ୱତନ୍ତ୍ର ଆମ୍ବଲାନ୍ସ ଯୋଗେ ଉଦ୍ଧାର ପରେ ଶିଶୁକନ୍ୟାକୁ ବୁର୍ଲା ମେଡ଼ିକାଲରେ ଭର୍ତି କରାଯାଇଛି ।




