ବେଆଇନ ବାଣ ଗୋଦାମ ବିସ୍ଫୋରଣ ଘଟଣା ,ଘର ମାଲିକଙ୍କ ନାଁ ରେ ଏତଲା
ଚନ୍ଦ୍ରଶେଖରପୁର : ଇନଫୋସିଟି ଥାନା ଚୁନକୋଳି ବସ୍ତି ନିକଟରେ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟଣା । ଘର ମାଲିକ ବିଘ୍ନରାଜ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜ୍ଜୁ କଲା କମିଶନରେଟ୍ ପୋଲିସ୍ । ଏହି ଘଟଣା ପରେ ଘର ମାଲିକ ଏବଂ ଟଙ୍କା ପତ୍ନୀ ଫେରାର ଅଛନ୍ତି । ତାଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବାବେଳେ ଗୋଦାମ ଘରକୁ ସିଲ୍ କରି […]
ଚନ୍ଦ୍ରଶେଖରପୁର : ଇନଫୋସିଟି ଥାନା ଚୁନକୋଳି ବସ୍ତି ନିକଟରେ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟଣା । ଘର ମାଲିକ ବିଘ୍ନରାଜ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜ୍ଜୁ କଲା କମିଶନରେଟ୍ ପୋଲିସ୍ । ଏହି ଘଟଣା ପରେ ଘର ମାଲିକ ଏବଂ ଟଙ୍କା ପତ୍ନୀ ଫେରାର ଅଛନ୍ତି । ତାଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବାବେଳେ ଗୋଦାମ ଘରକୁ ସିଲ୍ କରି ତଦନ୍ତ ଜାରି ରଖିଛି ଇନଫୋସିଟି ଥାନା ପୋଲିସ୍ । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ ବାଣ ଗୋଦାମଟି ଅଢେଇ ବର୍ଷ ଧରି ଚାଲୁଥିବାବେଳେ ପୋଲିସ୍ ନିକଟରେ କିପରି କୌଣସି ସୂଚନା ନଥିଲା ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଅନୁସାରେ,ଇନ୍ଫୋସିଟି ଥାନା ଅଧୀନ ଟିସିଏସ୍ ଓ ଇନ୍ଫୋସିଟି ପଛପାଖ ଚୁନକୋଳି ବସ୍ତି ପାର୍ଶ୍ବରେ ଥିବା ଏକ ଘରେ ସୋମବାର ଘଟିଥିଲା ଭୟଙ୍କର ବାଣ ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗୋଦାମ ଘରଟି ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇ ଯାଇଥିବାବେଳେ ନିକଟସ୍ଥ ଘର ଗୁଡ଼ିକର କବାଟ ଓ ଝରକା ଭାଙ୍ଗିରୁଜି ଯାଇଥିଲା । ଘଟଣା ପରେ ଘର ମାଲିକ ଫେରାର ହୋଇଯାଇଥିଲେ । ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଓ କଳ୍ପନା ଅଗ୍ନିଶମ ବାହିନୀର ୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ୩ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ଚନ୍ଦ୍ରଶେଖରପୁର ଜାଭିୟର ଛକ ନିକଟରେ ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଇନ୍ଫୋସିଟି ଥାନା ଚୁନକୋଳି ବସ୍ତି ପାର୍ଶ୍ବରେ ଦୁଇ ମହଲା ଘର କରି ପରିବାର ସହ ରହୁଥିଲେ। ଉକ୍ତ ଘରେ ୨୦ରୁ ଅଧିକ ଯୁବତୀଙ୍କୁ ନେଇ ଏକ ଲେଡ଼ିଜ ହଷ୍ଟେଲ ଚାଲୁଥିଲା ଏବଂ ଅବଶିଷ୍ଟ ଜାଗାରେ ଆଜବେଷ୍ଟସ୍ ଘର ଥିଲା। ବିନା ଅନୁମତିରେ ସେହି ଆଜବେଷ୍ଟସ୍ ଘରେ ଦୀର୍ଘ ଅଢେଇ ବର୍ଷ ଧରି ବାଣ ତିଆରି ଚାଲୁଥିଲା । ସୋମବାର ଅପରାହ୍ଣରେ ହଠାତ୍ ଅଗ୍ନିକାଣ୍ଡ ଘଟି ବିସ୍ପୋରଣ ହୋଇଥିଲା। ବାଣ ଫୁଟିବା ସହ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ବିସ୍ଫୋରଣ ଶବ୍ଦ ଏତେ ଭୟଙ୍କର ଥିଲା ଯେ, ଆଖପାଖ ପ୍ରାୟ ୨ରୁ ୩ କି.ମି ଭିତରେ ଥିବା ସମସ୍ତ ଘର ଥରି ଉଠିଥିଲା। ଏଥିରେ ପ୍ରାୟ ୨୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି । ଏହାକୁ ନେଇ ପଡ଼ୋଶୀ ଅକ୍ଷୟ ସାମଲ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ବାଣ କାରଖାନାକୁ ସିଲ୍ କରାଯାଇଥିବାବେଳେ ଆଜି ଘର ମାଲିକଙ୍କ ନାଁରେ କମିଶନରେଟ୍ ପୋଲିସ୍ ମାମଲା ରୁଜ୍ଜୁ କରିଛି।




