ବିବାହ ତ୍ରୈମାସିକ ପୂରଣ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଭୁବନେଶ୍ୱର : ନିମିଷକେ ମଧ୍ୟରେ କଣ ସବୁ ଘଟିଗଲା I ସ୍ୱପ୍ନରେ ରହିଗଲା ବିବାହ ତ୍ରୈମାସିକ ପୂରଣ କରିବା ପାର୍ଟି I ରବିବାର ଦିନ ବାହାଘର ପାର୍ଟି କରିବା ପୂର୍ବରୁ ଶନିବାର ରାତି ୧୨ ଟାରେ ଦୁର୍ଘଟଣା ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଛି I ରବିବାର ମେ ୨୮ ତାରିଖରେ ବିବାହ କୁ ୩ ମାସ ପୂରଣ ହେଉଥିବାରୁ କଟକରେ ସଂପର୍କୀୟ ଗହଣରେ ଉତ୍ସବ ପାଳନ କରିଥାଆନ୍ତେ। ଭୋଜି ପାଇଁ ସମସ୍ତ ଆୟୋଜନ ସରିଥିଲା। ସ୍ବାମୀ ଫେରିବା […]

Samaya Live Picture
Published On

ଭୁବନେଶ୍ୱର : ନିମିଷକେ ମଧ୍ୟରେ କଣ ସବୁ ଘଟିଗଲା I ସ୍ୱପ୍ନରେ ରହିଗଲା ବିବାହ ତ୍ରୈମାସିକ ପୂରଣ କରିବା ପାର୍ଟି I ରବିବାର ଦିନ ବାହାଘର ପାର୍ଟି କରିବା ପୂର୍ବରୁ ଶନିବାର ରାତି ୧୨ ଟାରେ ଦୁର୍ଘଟଣା ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଛି I ରବିବାର ମେ ୨୮ ତାରିଖରେ ବିବାହ କୁ ୩ ମାସ ପୂରଣ ହେଉଥିବାରୁ କଟକରେ ସଂପର୍କୀୟ ଗହଣରେ ଉତ୍ସବ ପାଳନ କରିଥାଆନ୍ତେ। ଭୋଜି ପାଇଁ ସମସ୍ତ ଆୟୋଜନ ସରିଥିଲା। ସ୍ବାମୀ ଫେରିବା ପରେ ଶନିବାର ରାତି ୧୨ଟାରେ କେକ୍‌ କାଟିଥାଆନ୍ତେ। ‌ହେଲେ ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା। ଅଧାରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଭୁବନେଶ୍ୱର ସିଆର୍‌ପିଏଫ୍‌ ଛକ ନିକଟରେ। ମୃତ ଡାକ୍ତର ହେଲେ ବ୍ରହ୍ମପୁର ମେଡିକାଲ ‌ବ୍ୟାଙ୍କ କଲୋନି ଲେନ୍‌-୨ ଅଞ୍ଚଳର ମନୋଜ ଓମ୍‌କାର(୩୫)। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି।

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ୟାନସର ପ୍ରଫେସର ଥିଲେ ଡାକ୍ତର ମନୋଜ କୁମାର। ଗତ ଫେବ୍ରୁଆରୀ ୨୮ରେ କଟକ ଏସ୍‌ସିବି ମେଡିକାଲର ଡାକ୍ତରାଣୀ ସୁଶ୍ରୀ ସଙ୍ଗୀତାଙ୍କୁ ସେ ବିବାହ କରିଥିଲେ। ଆଜି ବିବାହକୁ ୩ ମାସ ପୁରୁଥିଲା। ସେଲିବ୍ରେସନ ପାଇଁ ଯୋଜନା କରିଥିଲେ ଡାକ୍ତର ଦମ୍ପତି। ହେଲେ ତା’ ପୂର୍ବରୁ ଘଟିଗଲା ଭୟଙ୍କର ଦୁର୍ଘଟଣା I

Tags: