ସର୍ପାଘାତରେ ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର

କନ୍ଧମାଳ: ସାପ ଉଜାଡିଲା ପୁଣି ଏକ ପରିବାର । ସର୍ପାଘାତରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ମେଡିକାଲ ରେ । ଏପରି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍‌ ଲାଇନପଡା ଫାଡି ଅନ୍ତର୍ଗତ ପାଣ୍ଡୁଲି ଗ୍ରାମରେ । ମୃତ ସ୍ୱମୀଙ୍କ ନାମ ବିମଳ କହଁର ଓ ସ୍ତ୍ରୀ ସତ୍ୟଭାମା କହଁର । ତଥ୍ୟାନୁସାରେ, ଲଗାଣ ବର୍ଷା ଯୋଗୁ ପାଣ୍ଡୁଲି ଗ୍ରାମରେ ବିଦ୍ୟୁତ କାଟ ଥିଲା । ଅନ୍ଧାର ରାତିରେ ଦୁହେଁ ଶୋଇଥଲା ବେଳେ ଏକ […]

Samaya Live Picture
Published On

କନ୍ଧମାଳ: ସାପ ଉଜାଡିଲା ପୁଣି ଏକ ପରିବାର । ସର୍ପାଘାତରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ମେଡିକାଲ ରେ । ଏପରି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍‌ ଲାଇନପଡା ଫାଡି ଅନ୍ତର୍ଗତ ପାଣ୍ଡୁଲି ଗ୍ରାମରେ । ମୃତ ସ୍ୱମୀଙ୍କ ନାମ ବିମଳ କହଁର ଓ ସ୍ତ୍ରୀ ସତ୍ୟଭାମା କହଁର । ତଥ୍ୟାନୁସାରେ, ଲଗାଣ ବର୍ଷା ଯୋଗୁ ପାଣ୍ଡୁଲି ଗ୍ରାମରେ ବିଦ୍ୟୁତ କାଟ ଥିଲା । ଅନ୍ଧାର ରାତିରେ ଦୁହେଁ ଶୋଇଥଲା ବେଳେ ଏକ ବିଷାକ୍ତ ସାପ ବିମଳର ହାତକୁ କାମୁଡି ଥିଲା ପରେ ସତ୍ୟାଭାମାକୁ । ଫଳରେ ଦୁହିଁଙ୍କ ଚିତ୍କାର ଶୁଣି ପରିବାର ବର୍ଗ ଓ ପଡୋଶୀ ଧାଇଁ ଆସିଥିଲେ । ପ୍ରଥମେ ସେମାନଙ୍କୁ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଉଭୟଙ୍କର ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ବିମଳଙ୍କୁ ମୃତ ଘୋଷଣା କରିଥିଲେ ।ବର୍ତ୍ତମାନ ସ୍ତ୍ରୀ ଗୁରୁତର ଥିବା ଜଣାପଡଛି । ତେବେ ସର୍ପାଘାତ ଜ୍ୱଳାଠାରୁ ସ୍ୱାମୀଙ୍କ ମୃତ୍ୟୁ ଅଧିକ ଯନ୍ତ୍ରଣାଦାୟକ ହୋଇଛି ସତ୍ୟଭାମାଙ୍କ ପାଇଁ ।

Tags: