ଚଳାଇ ଦେଲେନି ଗୃହ ,୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଚାଲିପାରୁନି ଗୃହ । ବିରୋଧୀ ବିଜେପି ବିଧାୟକ ପୋଡିୟମ ନିକଟକୁ ଯାଇ ହୋହଲ୍ଲା କରିବା ସହିତ ନାରାବାଜୀ କାରଣରୁ ବିଧାନସଭାକୁ ୪ ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଦୁଇ ଦିନ ପରେ ଆଜି ଆରମ୍ଭ ହୋଇଥିଲା ବିଧାନସଭା ମୌସୁମୀ ଅଧିବେଶନ I ଆଜି ଗୃହ ଆରମ୍ଭରୁ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବାକୁ […]

Samaya Live Picture
Published On

ଭୁବନେଶ୍ୱର : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଚାଲିପାରୁନି ଗୃହ । ବିରୋଧୀ ବିଜେପି ବିଧାୟକ ପୋଡିୟମ ନିକଟକୁ ଯାଇ ହୋହଲ୍ଲା କରିବା ସହିତ ନାରାବାଜୀ କାରଣରୁ ବିଧାନସଭାକୁ ୪ ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

ଦୁଇ ଦିନ ପରେ ଆଜି ଆରମ୍ଭ ହୋଇଥିଲା ବିଧାନସଭା ମୌସୁମୀ ଅଧିବେଶନ I ଆଜି ଗୃହ ଆରମ୍ଭରୁ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବାକୁ ଦାବି କରିଥିଲେ । ଏହାସହ ବାଚସ୍ପତିଙ୍କୁ ଡାଲି ଫୋପାଡିବା ଘଟଣାରେ ନିଲମ୍ବିତ ହୋଇଥିବା ବିଜେପିର ୨ଜଣ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ବିଜେପି ବିଧାୟକମାନେ ଦାବି କରିଥିଲେ । ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।

Tags: