ଆଜି ଠାରୁ ଐତିହାସିକ ବାଲିଯାତ୍ରା ଆରମ୍ଭ
କଟକ : ଆଜିଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା I କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭହୋଇ ଆସନ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ ବାଲିଯାତ୍ରା । ରାଜ୍ୟସ୍ତରୀୟ ଏହି ମହୋତ୍ସବକୁ ଜାକଜମକରେ ପାଳନ କରିବା ପାଇଁ ଜିଲା ପ୍ରଶାସନ, କଟକ ମହାନଗର ନିଗମ(ସିଏମସି), କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବାଲିଯାତ୍ରା ପାଇଁ ଉଭୟ ମେଳା ପଡ଼ିଆ ଆଲୋକମାଳାରେ ଝଲସୁଛି। ଚଳିତବର୍ଷ ବାଲିଯାତ୍ରାରେ ୧୪୦୦ରୁ […]
କଟକ : ଆଜିଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା I କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭହୋଇ ଆସନ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ ବାଲିଯାତ୍ରା । ରାଜ୍ୟସ୍ତରୀୟ ଏହି ମହୋତ୍ସବକୁ ଜାକଜମକରେ ପାଳନ କରିବା ପାଇଁ ଜିଲା ପ୍ରଶାସନ, କଟକ ମହାନଗର ନିଗମ(ସିଏମସି), କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବାଲିଯାତ୍ରା ପାଇଁ ଉଭୟ ମେଳା ପଡ଼ିଆ ଆଲୋକମାଳାରେ ଝଲସୁଛି।
ଚଳିତବର୍ଷ ବାଲିଯାତ୍ରାରେ ୧୪୦୦ରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲିଥିବାବେଳେ ଓରମାସ ପକ୍ଷରୁ ୪୫୦ଷ୍ଟଲ ଖୋଲିଛି। ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉଭୟ ବଲିଉଡ ଏବଂ ଓଲିଉଡର ପ୍ରସିଦ୍ଧ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଅକ୍ଷୟ ମହାନ୍ତି ମଞ୍ଚରେ ୨ ତାରିଖରେ କଣ୍ଠଶିଳ୍ପୀ ସଚିନ ଜିଗରଙ୍କ ଯୋଡି ଓ ୩ ତାରିଖରେ ଭେଟରାନ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ସଂଗୀତ ପରିବେଷଣ କରିବେ ।
ଏଥର ବାଲିଯାତ୍ରା ମେଳାରେ ୩୦ ଫୁଟ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ, ଲେଜର ଶୋ ଆଦି କରାଯାଇଛି। ସେହିପରି ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରି ଧୂଳି ନ ଉଡିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାସହ ମେଳାକୁ ସରସସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ୭୦ପ୍ଲାଟୁନ ଫୋର୍ସ ଉଭୟ ଉପର ଓ ତଳ ମେଳା ପଡ଼ିଆରେ ମୁତୟନ କରାଯାଇଛି। ଆଜି ସନ୍ଧ୍ୟାରେ ଏହି ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବ। ଅର୍ଥ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ମୁଖ୍ୟଅତିଥି ଏବଂ ଅବିଭକ୍ତ କଟକ ଜିଲାର ପ୍ରାୟ ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।




