ଆଜିଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା -୨୦୨୫,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
କଟକ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହେଉଛି କଟକର ‘ଐତିହାସିକ ବାଲିଯାତ୍ରା -୨୦୨୫’। ଆଜି ମୁଖ୍ୟ ଅତିଥି ଭାବରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବୋଟିଂ କ୍ଲବ୍ ପାଖରେ ଆସି ପହଞ୍ଚିବେ। ସେଠାରେ କିଛି ସମୟ ରହିବାପରେ ପ୍ରସ୍ତୁତ ହୋଇଥିବା ସୁସଜ୍ଜିତ ବୋଇତରେ ବାଲିଯାତ୍ରା ପଡ଼ିଆକୁ ଆସିବେ। କଟକ ଇନ୍ କଟକ ପାଖରେ ହୋଇଥିବା ଘାଟରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ କାର୍କେଡ୍ରେ ବୈଷ୍ଣବ […]
କଟକ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହେଉଛି କଟକର ‘ଐତିହାସିକ ବାଲିଯାତ୍ରା -୨୦୨୫’। ଆଜି ମୁଖ୍ୟ ଅତିଥି ଭାବରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବୋଟିଂ କ୍ଲବ୍ ପାଖରେ ଆସି ପହଞ୍ଚିବେ। ସେଠାରେ କିଛି ସମୟ ରହିବାପରେ ପ୍ରସ୍ତୁତ ହୋଇଥିବା ସୁସଜ୍ଜିତ ବୋଇତରେ ବାଲିଯାତ୍ରା ପଡ଼ିଆକୁ ଆସିବେ। କଟକ ଇନ୍ କଟକ ପାଖରେ ହୋଇଥିବା ଘାଟରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ କାର୍କେଡ୍ରେ ବୈଷ୍ଣବ ପାଣି ମଞ୍ଚରେ ପହଞ୍ଚିବେ। ପାରମ୍ପରିକ ରୀତିନୀତିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ବ୍ୟବସ୍ଥା ହୋଇଛି।
ଉଦ୍ଘାଟନୀ ଉତ୍ସବରେ ସନ୍ଧ୍ୟା ସାଢ଼େ ୫ଟାରେ ମହାନଦୀ ଆଳତି, ପୂଜା ଓ କୀର୍ତ୍ତନଏବଂ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ। ପରେ ଗଣକବି ବୈଷ୍ଣବ ପାଣିମଞ୍ଚରେ ମୁଖ୍ୟମନ୍ତ୍ରୀ ଉତ୍ସବକୁ ଉଦ୍ଘାଟନ କରିବେ। ଏହାସହ ସମ୍ମାନିତ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍ କୃଷ୍ଣମୂର୍ତ୍ତୀଙ୍କ ସମେତମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦଙ୍କ ସମେତ କଟକ ଜିଲ୍ଲା ଓ ଆଖପାଖ ନିର୍ବାଚନମଣ୍ଡଳୀର ବିଧାୟକ ଓ ବିଧାୟିକାଙ୍କୁ ନିମନ୍ତ୍ରଣ କରାଯାଇଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବଶିନ୍ଦେ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ତଳ ପଡ଼ିଆରେ ନୂଆ ରୂପରେଖ ସହ ବାଲିଯାତ୍ରା ଆୟୋଜନ କରାଯାଉଛି। ଏହା ୧୨ତାରିଖ ପର୍ଯ୍ୟନ୍ତ ଚାଲିବ ।




