ଆଗାମୀ ୩ ଦିନ ଯାଏଁ ହରି ରହିବ ହିଟ୍ ୱେଭ
ଭୁବନେଶ୍ୱର : ପ୍ରଚଣ୍ଡ ଗରମରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ I ପ୍ରାଣଘାତକ ସାଜିଛି ଅଂଶୁଘାତ I ପଶ୍ଚିମ ଓଡ଼ିଶାରେ ହେଉଛି ଅଗ୍ନି ବର୍ଷା I ରାଜ୍ୟରେ ହିଟ୍ ୱେଭକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସତର୍କତା ଅବଲମ୍ବନ ପାଇଁ କଇଛନ୍ତି I ତେବେ କାଳବୈଶାଖୀ ବର୍ଷା ପାଇଁ ବର୍ଷା ପାଇଁ ହିଟ୍ ୱେଭ ସାମାନ୍ୟ କମିଥିଲେ ମଧ୍ୟ ଜାରି ରହିଛି ଗୁଳୁଗୁଳି । ଆଗାମୀ ୩ ରୁ ୪ ଦିନ ଯାଏଁ […]
ଭୁବନେଶ୍ୱର : ପ୍ରଚଣ୍ଡ ଗରମରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ I ପ୍ରାଣଘାତକ ସାଜିଛି ଅଂଶୁଘାତ I ପଶ୍ଚିମ ଓଡ଼ିଶାରେ ହେଉଛି ଅଗ୍ନି ବର୍ଷା I ରାଜ୍ୟରେ ହିଟ୍ ୱେଭକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସତର୍କତା ଅବଲମ୍ବନ ପାଇଁ କଇଛନ୍ତି I ତେବେ କାଳବୈଶାଖୀ ବର୍ଷା ପାଇଁ ବର୍ଷା ପାଇଁ ହିଟ୍ ୱେଭ ସାମାନ୍ୟ କମିଥିଲେ ମଧ୍ୟ ଜାରି ରହିଛି ଗୁଳୁଗୁଳି । ଆଗାମୀ ୩ ରୁ ୪ ଦିନ ଯାଏଁ ହିଟ୍ ୱେଭ ଜାରି ରହିବ I ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଉପକୂଳରେ ୫ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗୁଳୁଗୁଳିରେ କଲବଲ ହେବେ ଲୋକେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ସେହିପରି ଖଣି ଅଞ୍ଚଳରେ ହିଟ୍ ୱେଭ ମାମଲା ଅଧିକ ରହିଛି । ସୁନ୍ଦରଗଡ ଓ ଝାରସୁଗୁଡାରୁ ଅଧିକ ହିଟ୍ ୱେଭ ମାମଲା ଆସୁଛି । ଚଳିତ ଗ୍ରୀଷ୍ମଋତୁରେ ଗତକାଲି ସୁଦ୍ଧା ୨୬ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି । ଏଥିରୁ ୨୦ ମାମଲା ରାଉରକେଲାର । ସେମାନଙ୍କୁ ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।




