ଜାରି ରହିଛି ଗ୍ରୀଷ୍ମ ପ୍ରବାହ ,ଅସହ୍ୟ ଗୁଳୁଗୁଳିରେ ଛଟପଟ ରାଜ୍ୟବାସୀ
ଭୁବନେଶ୍ୱର : ପୁଣି ଉପରମୁହାଁ ହୋଇଛି ପାରଦ । କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ମାତ୍ର ଗତ ୨ ଦିନ ଧରି ତାତି ବଢିବା ସହିତ ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ରବିବାର ହଠାତ୍ ୩ ଡିଗ୍ରୀରୁ ଅଧିକ ତାପମାତ୍ରା ବଢ଼ିଯିବା ସହ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିପକାଇଛି। ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୩.୫ ଡିଗ୍ରୀ ସେଲ୍ସିୟସ୍ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି […]
ଭୁବନେଶ୍ୱର : ପୁଣି ଉପରମୁହାଁ ହୋଇଛି ପାରଦ । କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ମାତ୍ର ଗତ ୨ ଦିନ ଧରି ତାତି ବଢିବା ସହିତ ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ରବିବାର ହଠାତ୍ ୩ ଡିଗ୍ରୀରୁ ଅଧିକ ତାପମାତ୍ରା ବଢ଼ିଯିବା ସହ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିପକାଇଛି। ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୩.୫ ଡିଗ୍ରୀ ସେଲ୍ସିୟସ୍ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି।
ସେହିପରି ଆଜି ସାଢେ ୧୧ଟା ଝାରସୁଗୁଡାରେ ୪୧ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ହୀରାକୁଦରେ ୩୮.୪, ସମ୍ବଲପୁରରେ ୩୮.୨, ରାଉରକେଲାରେ ୩୮ ଡିଗ୍ରୀ ତାପମାତ୍ରା ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗକୁ ୪ ଦିନ ଯାଏଁ ୪ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ଆସନ୍ତା ୨୪ ଓ ୨୫ତାରିଖ ବେଳକୁ ତାପମାତ୍ରା ୪୫ଡିଗ୍ରୀ ଟପିବା ସମ୍ଭାବନା ରହିଛି। ଉତ୍ତର, ଦକ୍ଷିଣ ଏବଂ ଉପକୂଳରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଥିବାରୁ ରାଜ୍ୟକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ।
ଅନ୍ୟପଟେ ଆଜି କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ମଧ୍ୟ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ସମ୍ଭାବନା ରହିଛି ।




