ଅସହ୍ୟ ହେଉଛି ଗୁଳୁଗୁଳି ,ସକାଳ ୮ଟା ସୁଦ୍ଧା ବାଲେଶ୍ୱର ସର୍ବାଧିକ ଉତପ୍ତ
ଭୁବନେଶ୍ୱର : ପାଣି ଛିଞ୍ଚି ଦେଇ ଉଭାନ ହେଇଯାଇଛି ମୌସୁମୀ । ଏଣିକି ଅସହ୍ୟ ଗୁଳୁଗୁଳିର ସନ୍ତୁଳି ହେଉଛନ୍ତି ଲୋକେ । ଡହ ଡହ ଖରାରେ ସିଝୁଛନ୍ତି ରାଜ୍ୟବାସୀ । ଲଘୁଚାପ ସାଙ୍ଗକୁ ପ୍ରାକ ମୌସୁମୀ ପାଇଁ ଗତ ସପ୍ତାହ ତାତି ସାମାନ୍ୟ କମ୍ ଥିବାବେଳେ ଜୁନ ୧ ତାରିଖରୁ ପୁଣି ପାରଦ ହୋଇଛି ଉପରମୁହାଁ । ତାତି ବଢୁଥିବା ବେଳେ ହିଟ୍ ୱେଭ୍ ଜାରି କରିଛି ପାଣିପାଗ ବିଭାଗ । ଆଗକୁ ୩ ରୁ ୪ […]
ଭୁବନେଶ୍ୱର : ପାଣି ଛିଞ୍ଚି ଦେଇ ଉଭାନ ହେଇଯାଇଛି ମୌସୁମୀ । ଏଣିକି ଅସହ୍ୟ ଗୁଳୁଗୁଳିର ସନ୍ତୁଳି ହେଉଛନ୍ତି ଲୋକେ । ଡହ ଡହ ଖରାରେ ସିଝୁଛନ୍ତି ରାଜ୍ୟବାସୀ । ଲଘୁଚାପ ସାଙ୍ଗକୁ ପ୍ରାକ ମୌସୁମୀ ପାଇଁ ଗତ ସପ୍ତାହ ତାତି ସାମାନ୍ୟ କମ୍ ଥିବାବେଳେ ଜୁନ ୧ ତାରିଖରୁ ପୁଣି ପାରଦ ହୋଇଛି ଉପରମୁହାଁ । ତାତି ବଢୁଥିବା ବେଳେ ହିଟ୍ ୱେଭ୍ ଜାରି କରିଛି ପାଣିପାଗ ବିଭାଗ । ଆଗକୁ ୩ ରୁ ୪ ଦିନ ଯାଏଁ ତାତିର ତାୱାରେ ଜଳିବ ଓଡିଶା । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି । ପଶ୍ଚିମରେ ସ୍ଥିତି ଏମିତି, ପୂର୍ବାହ୍ଣ ୧୧ଟା ବାଜିଲେ ଘରୁ ପଦାକୁ ବାହାରି ହେଉନାହିଁ । ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୪.୮ ଡିଗ୍ରୀ ପାରଦ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ସେହିପରି ପୁରୀରେ ୩୪ ଦଶମିକ ୬ ଡିଗ୍ରୀ, ଭୁବନେଶ୍ଵର ଓ ଚାନ୍ଦବାଲିରେ ୩୩ ଦଶମିକ ୪ ଡିଗ୍ରୀ, ପାରାଦୀପରେ ୩୨ ଦଶମିକ ୮ ଡିଗ୍ରୀ ଓ ଗୋପାଳପୁରରେ ୩୨ ଦଶମିକ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।




