ସମ୍ବଲପୁରରେ ଜଣ୍ଡିସ ସ୍ଥିତି ଅନୁଧ୍ୟାନ କଲେ ଭୁବନେଶ୍ବରର ସ୍ବାସ୍ଥ୍ୟ ଟିମ୍
ସମ୍ବଲପୁର: ସମ୍ବଲପୁର ମହାନଗରରେ ଜଣ୍ଡିସ ଆତଙ୍କ I ସ୍ଥିତି ଅନୁଧ୍ୟାନ କଲେ ଭୁବନେଶ୍ୱରର ଏକ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ I ଆଜି ସକାଳେ ସମ୍ବଲପୁରରେ ପହଞ୍ଚି ଏହି ଟିମ୍ ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହାପରେ ଏହି ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଏବେ ସୁଦ୍ଧା ସମ୍ବଲପୁର ମହାନଗରରେ ୮୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ଲଗାତାର ୨ ଦିନ ଧରି ସହରାଞ୍ଚଳରେ ଆକ୍ରାନ୍ତଙ୍କ […]
ସମ୍ବଲପୁର: ସମ୍ବଲପୁର ମହାନଗରରେ ଜଣ୍ଡିସ ଆତଙ୍କ I ସ୍ଥିତି ଅନୁଧ୍ୟାନ କଲେ ଭୁବନେଶ୍ୱରର ଏକ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ I ଆଜି ସକାଳେ ସମ୍ବଲପୁରରେ ପହଞ୍ଚି ଏହି ଟିମ୍ ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହାପରେ ଏହି ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଏବେ ସୁଦ୍ଧା ସମ୍ବଲପୁର ମହାନଗରରେ ୮୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ଲଗାତାର ୨ ଦିନ ଧରି ସହରାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ସୂଚନା ମିଳିଛି I ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟପଦାର୍ଥ ଓ ପାନୀୟ ଜଳର ନମୁନା ଯାଞ୍ଚ କରାଯାଉଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ପାଇପ୍ ବଦଳାଯାଇଛି। ୱାଟ୍କୋ ପକ୍ଷରୁ ଘରକୁ ଘର ବୁଲି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଇନ୍ ସବୁକୁ ତନଖି କରାଯାଇଛି। ତେବେ ଅନେକ ଘରକୁ ବେଆଇନ ଭାବେ ସଂଯୋଗ ହୋଇଥିବା ପାଇପ୍ ଲାଇନ୍ ନାଳ ତଳ ଦେଇଯାଇଛି। ଏଥରୁ ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ିଛି। ଆସନ୍ତା ୪ଦିନ ଭିତରେ ସବୁ ବେଆଇନ ଓ ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଯାଇଥିବା ଘରୋଇ ପାଇପ ସଂଯୋଗକୁ ହଟାଇଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସହରର ଆବଶ୍ୟକ ସ୍ଥଳେ ସ୍ବଚ୍ଛ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇଦେବା ସହ ହାଲୋଜେନ୍ ବଟିବା ବିତରଣ, ପାଣିର ସ୍ବଚ୍ଛତା ପରୀକ୍ଷା ଓ ଏହାର ଗୁଣାବତ୍ତା ବଜାୟ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ଗୁପଚୁପ, ଦହିବରା ଓ ଚୁସକି ଖାଇବା ଯୋଗୁଁ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ୧୦ ବର୍ଷ ପୂର୍ବେ ମଧ୍ୟ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମୟରେ ପିଏଚଡି ପାଣି ସନ୍ଦେହ ଘେରକୁ ଆସିଥିଲ । ଏବେ ମଧ୍ୟ ପିଏଚଡି ପାଣିକୁ ନେଇ ଆଶଙ୍କା ପ୍ରକାଶ କରାଯାଉଛି। ଏବେ ସ୍ୱାସ୍ଥ୍ୟ ଅଧିକାରୀ ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରୁଛନ୍ତି। ୪ ଦିନ ଭିତରେ ବେଆଇନ ପାଇପ୍ ଲାଇନ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।




