ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କଲେ ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ବର:ରାଜ୍ୟରେ ମୌସୁମୀ ଜନିତ ଜଳବାୟୁ ପରିବର୍ତନ ଯୋଗୁଁ ମାଡି ଚାଲିଛି ଆଖିଧରା ରୋଗ I ଏହି ରୋଗଟି ସାମାନ୍ୟ ହେଲେ ମଧ୍ୟ ଖୁବ ଯନ୍ତ୍ରଣା ଦାୟକ I ଏହି ରୋଗର ନିର୍ଦିଷ୍ଟ ବୟସ ସୀମା ନଥାଏ I ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହା କବଳକୁ ଆସିଥାନ୍ତି I ଏହି ରୋଗ ହେଲେ ,ଆଖି ଲାଲ ପଡି ଭୀଷଣ ଖୁଞ୍ଚି ହେବା ସହିତ ଲେଞ୍ଜରା ହୋଇଥାଏ I ଏହାକୁ ପିଙ୍କ ଆଇଜ ବା ‘କଂଜୁଙ୍କୁଟିଭ ଆଇ’ ବୋଲି […]
ଭୁବନେଶ୍ବର:ରାଜ୍ୟରେ ମୌସୁମୀ ଜନିତ ଜଳବାୟୁ ପରିବର୍ତନ ଯୋଗୁଁ ମାଡି ଚାଲିଛି ଆଖିଧରା ରୋଗ I ଏହି ରୋଗଟି ସାମାନ୍ୟ ହେଲେ ମଧ୍ୟ ଖୁବ ଯନ୍ତ୍ରଣା ଦାୟକ I ଏହି ରୋଗର ନିର୍ଦିଷ୍ଟ ବୟସ ସୀମା ନଥାଏ I ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହା କବଳକୁ ଆସିଥାନ୍ତି I ଏହି ରୋଗ ହେଲେ ,ଆଖି ଲାଲ ପଡି ଭୀଷଣ ଖୁଞ୍ଚି ହେବା ସହିତ ଲେଞ୍ଜରା ହୋଇଥାଏ I ଏହାକୁ ପିଙ୍କ ଆଇଜ ବା ‘କଂଜୁଙ୍କୁଟିଭ ଆଇ’ ବୋଲି କୁହ ଯାଏ I ଏହା ଏକ ଭୁତାଣୁ ଜନିତ ରୋଗ I ତେବେ ଏହି ସମୟରେ ଯଦି ପିଲାମଙ୍କର ଆଖି ଧରିଛି, ସେମାନଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।
ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ତାପମାତ୍ରାରେ ପରିବର୍ତ୍ତନ ହୋଇ କିଛି ଭୂତାଣୁ ସକ୍ରିୟ ହୁଅନ୍ତି। ଏହି ସମୟରେ ଥଣ୍ଡାକାଶ ମଧ୍ୟ ହୁଏ। ସେହି ଅନୁସାରେ କିଛି ସଂଖ୍ୟା ବଢିଛି। ଏହା ଜଣଙ୍କ ପାଖରୁ ଅନ୍ୟଜଣଙ୍କ ପାଖକୁ ଯାଏ, ରୁମାଲ, ଆଖିରେ ହାତ ମାରିବା ବ୍ୟକ୍ତିଠାରୁ ବ୍ୟକ୍ତି ସଂପର୍କରେ ଆସିଲେ ବ୍ୟାପେ। କିଏ କାହାକୁ ଅନେଇଲେ ଏହା ବ୍ୟାପେ ନାହିଁ। ସଚେତନ ରହିଲେ ବିଶେଷ ଅସୁବିଧା ନାହିଁ। ସପ୍ତାହକ ଭିତରେ ଆଖି ଭଲ ହୋଇଯାଏ।




