ଶନି ମନ୍ଦିରକୁ କୋଟିଏ ଟଙ୍କାର ସୁନା କଳସ ଦାନ,ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର : ଗତ ଶନିବାର ଥିଲା ତ୍ରିବେଣୀ ଅମାବାସ୍ୟା ବା ଶନି ଅମାବାସ୍ୟା I ଦୀର୍ଘ ୨୦ ବର୍ଷ ପରେ ପୌଷ ମାସ ଶନିବାରରେ ପଡିଛି ଶନି ଅମାବାସ୍ୟା Iଜାନୁଆରୀ ୧୭ ରୁ ବିଭିନ୍ନ ରାଶି ମାନଙ୍କୁ ଶନି ଚଳନ ସାଙ୍ଗକୁ ଶନି ଅମାବାସ୍ୟା ପଡୁଥିବାରୁ ନିଜ ନିଜ ହିସାବରେ ଏହାକୁ ସମସ୍ତେ ପାଳନ କରିଛନ୍ତି I ଏହି ସମୟରେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାସ୍ଥିତ ପ୍ରସିଦ୍ଧ ଶନି ଶିଙ୍ଗନାପୁର ମନ୍ଦିରକୁ ଯାଇ କୋଟିଏ ଟଙ୍କାର ସୁନା କଳସ […]
ଭୁବନେଶ୍ୱର : ଗତ ଶନିବାର ଥିଲା ତ୍ରିବେଣୀ ଅମାବାସ୍ୟା ବା ଶନି ଅମାବାସ୍ୟା I ଦୀର୍ଘ ୨୦ ବର୍ଷ ପରେ ପୌଷ ମାସ ଶନିବାରରେ ପଡିଛି ଶନି ଅମାବାସ୍ୟା Iଜାନୁଆରୀ ୧୭ ରୁ ବିଭିନ୍ନ ରାଶି ମାନଙ୍କୁ ଶନି ଚଳନ ସାଙ୍ଗକୁ ଶନି ଅମାବାସ୍ୟା ପଡୁଥିବାରୁ ନିଜ ନିଜ ହିସାବରେ ଏହାକୁ ସମସ୍ତେ ପାଳନ କରିଛନ୍ତି I ଏହି ସମୟରେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାସ୍ଥିତ ପ୍ରସିଦ୍ଧ ଶନି ଶିଙ୍ଗନାପୁର ମନ୍ଦିରକୁ ଯାଇ କୋଟିଏ ଟଙ୍କାର ସୁନା କଳସ ଦାନ କରିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ I ୭୦୦ଗ୍ରାମ ସୁନା ଓ ୫କିଲୋ ଗ୍ରାମ ରୂପାରେ ନିର୍ମିତ ଏକ ସୁନା କଳସ ମନ୍ଦିରକୁ ଦେଇଥିବା ଚର୍ଚ୍ଚା ହେଉଛି । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆଜି ମୁହଁ ଖୋଲିଛନ୍ତି । ନିଜ ପ୍ରତିକ୍ରିୟାରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ତ୍ରିବେଣୀ ଅମାବାସ୍ୟାରେ ମହାରାଷ୍ଟ୍ର ଅହମ୍ମଦନଗର ଶନି ଶିଙ୍ଗନାପୁର ପୀଠକୁ ସେ ପରିବାର ସହିତ ଯାଇ ଶନିଙ୍କୁ ଦର୍ଶନ କରିଛନ୍ତି। ତେବେ କୋଟିଏ ଟଙ୍କାର ସୁନା କଳସ ପ୍ରସଙ୍ଗରେ କହିଛନ୍ତି, ଶନିଦେବଙ୍କ ଠାରେ ସୋରିଷ ତେଲର ଗଡୁ ଦିଆଯାଏ। ତେଣୁ ସେ ସୋରିଷ ତେଲପୂର୍ଣ୍ଣ କଳସ ଓ ୧୦ଲକ୍ଷ ଟଙ୍କା ଦାନ କରିଥିବା କରିଥିବା କହିଛନ୍ତି । ଏହି ଅବସରରେ ସେ ଓଡିଶା ବାସୀଙ୍କର ଶୁଭ ମନାସିଛନ୍ତି I ଶନି ଅମାବାସ୍ୟାରେ ଦାନ ଓ ଧର୍ମ କରିବା ଶୁଭ ବୋଲି ବିବେଚନା କରାଯାଇଥାଏ ।
ଅନ୍ୟପଟେ ଶନି ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସ୍ୱର୍ଣ୍ଣ କଳସ ଦାନରେ ମିଳିଥିବାକୁ ସ୍ୱୀକାର କରାଯାଇଥିଲେ ମଧ୍ୟ କିଏ ଦାନ କରିଛନ୍ତି ସେ ନାଁ ସ୍ପଷ୍ଟ କରି ନାହାନ୍ତି । ଅବଶ୍ୟ ଓଡ଼ିଶାର ଜଣେ ଭକ୍ତ ଏହି ଦାନ କରିଥିବା ମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।




