କଣାସ ଝାଡ଼ାବାନ୍ତି,ବିବାହ ଭୋଜି ବନ୍ଦ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ

କଣାସ : ପୁରୀ ଜିଲ୍ଲା କଣାସରେ ହଇଜାକୁ ନେଇ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସମୟରେ ଦୋକନ୍ଦା ଗାଁରେ ଏକ ବିବାହ ଉତ୍ସବ ଆୟୋଜନ କରାଯାଇଥିବାବେଳେ ଭୋଜିକୁ ବନ୍ଦ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ଏଭିଳି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ ରାଜକିଶୋର ଜେନା । ସାମୂହିକ ଭୋଜିଭାତ ନ କରିବାକୁ ଲୋକଙ୍କୁ ମାଇକ ଜରିଆରେ ସଚେତନ କରାଯାଉଥିବା କହିଛନ୍ତି । କଣାସରେ ଦିନକୁ ଦିନ ହଇଜା ମହାମାରୀ ଆଡ଼କୁ […]

Samaya Live Picture
Published On

କଣାସ : ପୁରୀ ଜିଲ୍ଲା କଣାସରେ ହଇଜାକୁ ନେଇ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସମୟରେ ଦୋକନ୍ଦା ଗାଁରେ ଏକ ବିବାହ ଉତ୍ସବ ଆୟୋଜନ କରାଯାଇଥିବାବେଳେ ଭୋଜିକୁ ବନ୍ଦ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ଏଭିଳି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ ରାଜକିଶୋର ଜେନା । ସାମୂହିକ ଭୋଜିଭାତ ନ କରିବାକୁ ଲୋକଙ୍କୁ ମାଇକ ଜରିଆରେ ସଚେତନ କରାଯାଉଥିବା କହିଛନ୍ତି ।

କଣାସରେ ଦିନକୁ ଦିନ ହଇଜା ମହାମାରୀ ଆଡ଼କୁ ଗତି କରୁଥିବାବେଳେ ଏହାକୁ ନେଇ ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖାଇବା ପିଇବା ଠାରୁ ଆରମ୍ଭ କରି ଗାଧୁଆ ପାଧୁଆ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ବାରଣ କରାଯାଇଛି । ଏହି ସମୟରେ କଣାସ ନୂଆ ଦୋକନ୍ଦା ଗାଁର ବିଜୟ ବେହେରାଙ୍କ ଝିଅ ଗଡ଼ିଶାଗଦା ପଂଚାୟତର ନଈକୁଳପାଟଣା ଗାଁରେ ବିବାହ ସ୍ଥିର ହୋଇଥିଲା । ବିବାହ ପାଇଁ ଗ୍ରାମବାସୀ ଏବଂ ବରଯାତ୍ରୀଙ୍କୁ ମିଶାଇ ପ୍ରାୟ ୨ହଜାର ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା । କିନ୍ତୁ ସାମୂହିକ ଖବର ପାଇ ସେଠାରେ ପ୍ରଶାସନିକ ଅଧିକାରୀମାନେ ପହଁଚିଥିଲେ । କଣାସ ବିଡ଼ିଓ, ତହସିଲଦାର, ଦୋକନ୍ଦା ସରପଞ୍ଚଙ୍କ ଗ୍ରାମରେ ପହଁଚି ଭୋଜିଭାତ ନ କରିବାକୁ ଅନୁରୋଧ କରିଥିଲେ । ଏହା ପରେ ବିବାହ ପାଇଁ ଆୟୋଜିତ ହୋଇଥିବା ଭୋଜିଭାତ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ତେବେ ଏତେ ବଡ଼ ଭୋଜିର ଆୟୋଜନ କରିବା ପରେ ତାହାକୁ ବନ୍ଦ ରଖିବାରୁ କନ୍ୟା ପକ୍ଷ ଅତ୍ୟନ୍ତ ଦୁଃଖିତ ଥିବା ଜଣାପଡ଼ିଛି । ପୂର୍ବରୁ କାହିଁକି ପ୍ରଶାସନ ସଚେତନ କଲାନି ବୋଲି କହିଛନ୍ତି ଗ୍ରାମବାସୀ ।

ଅନ୍ୟପକ୍ଷରେ କଣାସ ବ୍ଲକରେ ୩ଟି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି । ପ୍ରାୟ ୫୦ରୁ ୬୦ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସେପଟେ,କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି , ସ୍ୱାସ୍ଥ୍ୟ ବିଭାଗ ଟିମ କଣାସ ଅଞ୍ଚଳକୁ ପଠା ଯାଇଛି। ପର୍ଯ୍ୟାପ୍ତ ପରିମାଣର ଅବଶ୍ୟକୀୟ ଔଷଧ ମହଜୁଦ ଅଛି। ଲୋକଙ୍କୁ ସଚେତନ କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଣାସ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ କଡା ନିର୍ଦେଶ ଦିଆ ଯାଇଛି।

ସରକାର ସଜାଗ ଅଛନ୍ତି। ଚିକିତ୍ସା ସେବା ଠିକରେ ଚାଲିଛି। ଝାଡ଼ାବାନ୍ତି ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ମୋତେ ନିର୍ଦେଶ ଦେଇଛନ୍ତି।ସେ ଅଂଚଳରେ କିପରି ଅଧିକ ଝାଡ଼ାବାନ୍ତି ନ ବ୍ୟାପେ ସେଥିପାଇଁ ଆମେ ପଦକ୍ଷେପ ନେଉଛୁ, ଆଉ ସଜାଗ ଅଛି।

Tags: