କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବଡମ୍ବା : ବନ୍ଦ କୋଠରୀ ଭିତରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଜିଲ୍ଲା ନରସିଂହପୁର ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଜୟ ସାମଲଙ୍କ ମୃତଦେହ ବ୍ଲକ କଲୋନୀ ସ୍ଥିତ ତାଙ୍କ ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଗର, ଅଲରା, କାଞ୍ଜିଅପଦା ପଞ୍ଚାୟତ ଦାୟିତ୍ୱରେ ଥିଲେ ଯନ୍ତ୍ରୀ ଅଜୟ ସାମଲ […]
ବଡମ୍ବା : ବନ୍ଦ କୋଠରୀ ଭିତରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଜିଲ୍ଲା ନରସିଂହପୁର ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଜୟ ସାମଲଙ୍କ ମୃତଦେହ ବ୍ଲକ କଲୋନୀ ସ୍ଥିତ ତାଙ୍କ ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସାଗର, ଅଲରା, କାଞ୍ଜିଅପଦା ପଞ୍ଚାୟତ ଦାୟିତ୍ୱରେ ଥିଲେ ଯନ୍ତ୍ରୀ ଅଜୟ ସାମଲ । ଶନିବାର ସକାଳୁ ବ୍ଲକ କଲୋନୀରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ନରସିଂହପୁର ପୋଲିସ । ଅଜୟ ସାମଲ ୩ ବର୍ଷ ଧରି ସାଗର ପଞ୍ଚାୟତରେ କାର୍ଯ୍ୟରତ ଥିଲେ । MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି କାରଣରୁ ଅଜୟ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ଚର୍ଚ୍ଚା ଚାଲୁଥିବାବେଳେ ଘଟଣାର ଖବର ପାଇ ନରସିଂହପୁର ପୋଲିସ, ବ୍ଲକ ପ୍ରଶାସନ ଓ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।




