ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଫୁଲବାଣୀ : ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଫୁଲବାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ ନିଜ ସରକାରୀ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତୁଷାରେନ୍ଦ୍ରଙ୍କ ଘର ମୟୁରଭଞ୍ଜ ରେ ହୋଇଥିବାବେଳେ ତାଙ୍କ ପରିବାର ଭୁବନେଶ୍ୱରରେ ରହୁଛନ୍ତି I ଖବର ଜଣାପଡିବା ପରେ ଆଇଟିଡିଏର କର୍ମଚାରୀମାନେ ତାଙ୍କ ବାସଭବନରେ ପହଞ୍ଚି ଭୁବନେଶ୍ୱରରେ ରହୁଥିବା ତାଙ୍କ ପରିବାରଙ୍କୁ ଖବର ଦେଇଛନ୍ତି। ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର […]
ଫୁଲବାଣୀ : ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଫୁଲବାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ ନିଜ ସରକାରୀ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତୁଷାରେନ୍ଦ୍ରଙ୍କ ଘର ମୟୁରଭଞ୍ଜ ରେ ହୋଇଥିବାବେଳେ ତାଙ୍କ ପରିବାର ଭୁବନେଶ୍ୱରରେ ରହୁଛନ୍ତି I ଖବର ଜଣାପଡିବା ପରେ ଆଇଟିଡିଏର କର୍ମଚାରୀମାନେ ତାଙ୍କ ବାସଭବନରେ ପହଞ୍ଚି ଭୁବନେଶ୍ୱରରେ ରହୁଥିବା ତାଙ୍କ ପରିବାରଙ୍କୁ ଖବର ଦେଇଛନ୍ତି। ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି I
ସୂଚନାନୁସାରେ, ତୁଷାରେନ୍ଦ୍ର ଜଣେ ସୁଦକ୍ଷ କର୍ମଚାରୀ ସହିତ ଖୁବ ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲେ I ଦୀର୍ଘ ୨୦ ଦିନ ହେବ ଶ୍ରୀ ନାୟକ ଛୁଟିରେ ଥିବା ବେଳେ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଥିଲେ । ଟାଉନ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାରର ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି I ତାଙ୍କର ଏଭଳି ଆକସ୍ମିକ ବିୟୋଗରେ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି I




